ଭିନ୍ନକ୍ଷମ ବ୍ୟକ୍ତିମାନଙ୍କ ଅଧିକାର ଆଇନକୁ କାର୍ଯ୍ୟକାରୀ କର

ସବୁ ଜିଲ୍ଲାପାଳଙ୍କୁ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ଚିଠି

ଭୁବନେଶ୍ବର : ୨୦୧୬ ମସିହାରେ ଭିନ୍ନକ୍ଷମ ବ୍ୟକ୍ତିଙ୍କ ଅଧିକାର ସଂପର୍କିତ ଆଇନ କାର୍ଯ୍ୟକାରୀ ହୋଇଛି। ଭିନ୍ନକ୍ଷମ ବ୍ୟକ୍ତିଙ୍କ ଅଧିକାରର ସୁରକ୍ଷା ପ୍ରଦାନ କରିବା ହେଉଛି ଏହି ଆଇନର ମୁଖ୍ୟ ଉଦ୍ଦେଶ୍ୟ। ମାତ୍ର ଆଇନ ଆସିବାର ୬ବର୍ଷ ପରେ ବି ସଚେତନତାର ଅଭାବ ପାଇଁ ଆଇନରେ ଥିବା ଅନେକ ବ୍ୟବସ୍ଥା କାର୍ଯ୍ୟକାରୀ ହୋଇପାରି ନାହିଁ। ତେଣୁ ସମସ୍ତ ଅଂଶୀଦାରମାନଙ୍କୁ ନେଇ ଭିନ୍ନକ୍ଷମଙ୍କ ଅଧିକାରକୁ ସୁରକ୍ଷିତ କରିବା ଲାଗି ସବୁ ଜିଲ୍ଲାପାଳମାନଙ୍କୁ ରାଜ୍ୟ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ଚିଠି ଜାରି ହୋଇଛି।

ବିଭାଗ ପକ୍ଷରୁ କୁହାଯାଇଛି ଯେ ଆଇନରେ ଉଚ୍ଚଶିକ୍ଷା କ୍ଷେତ୍ରରେ ଭିନ୍ନକ୍ଷମମାନଙ୍କୁ ୫ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ଆଇନରେ କୁହାଯାଇଛି। ଏହାସହ ସବୁ ବିଭାଗ/କଲ୍ୟାଣକାରୀ ଯୋଜନା, ସରକାରୀ ନିଯୁକ୍ତିରେ ୪ ପ୍ରତିଶତ ସଂରକ୍ଷଣ, କୋଠାରେ ସହଜରେ ପ୍ରବେଶ ଓ ଅଭିଯୋଗର ସମାଧାନ ନେଇ ପ୍ରାଥମିକତା ଦିଆଯିବା ଉପରେ ଗୁରୁତ୍ବ ଦିଆଯାଇଛି। ତେଣୁ ଭିନ୍ନକ୍ଷମ ହିତାଧିକାରୀ, ଭିନ୍ନକ୍ଷଙ୍କ ପାଇଁ କାମ କରୁଥିବା ସଂସ୍ଥା, ସରକାରୀ ଅଧିକାରୀ, ପିଆରଆଇ ସଦସ୍ୟମାନଙ୍କୁ ନେଇ ସଚେତନତା କାର୍ଯ୍ୟକ୍ରମ କରିବା ଲାଗି କୁହାଯାଇଛି।

ସମ୍ବନ୍ଧିତ ଖବର