ରାଜ୍ୟରେ ଅର୍ଦ୍ଧାଧିକ ଇଞ୍ଜିନିୟରିଂ ସିଟ୍‌ ଖାଲି

ଭୁବନେଶ୍ବର : ରାଜ୍ୟରେ ଡିଗ୍ରି ଇଞ୍ଜିନିୟରିଂ କଲେଜଗୁଡ଼ିକରେ ଅର୍ଦ୍ଧାଧିକ ସିଟ୍‌ ଖାଲି ପଡ଼ୁଛି। ରାଜ୍ୟରେ ଥିବା ୯୩ଟି ଇଞ୍ଜିନିୟରିଂ କଲେଜରେ ସିଟ୍‌ ସଂଖ୍ୟା ୩୧,୧୭୪। ୨୦୧୯-୨୦ ଶିକ୍ଷା ବର୍ଷରେ ନାମ ଲେଖାଇଛନ୍ତି ମାତ୍ର ୧୧,୭୪୫ ଜଣ ଛାତ୍ରଛାତ୍ରୀ। ଖାଲି ପଡ଼ିଛି ୧୨,୪୨୯ ସିଟ୍‌। ୯୩ଟି କଲେଜ ମଧ୍ୟରୁ ୩ଟିକୁ ବନ୍ଦ କରିବା ପାଇଁ କର୍ତ୍ତୃପକ୍ଷ ସରକାରଙ୍କ ଠାରୁ ଅନୁମତି ନେଇଛନ୍ତି। ଆଜି ବିଧାନସଭାରେ ତାରା ପ୍ରସାଦ ବାହିନୀପତିଙ୍କ ଲିଖିତ ପ୍ରଶ୍ନର ଉତ୍ତରରେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା‌ ମନ୍ତ୍ରୀ ପ୍ରେମାନନ୍ଦ ନାୟକ ଏହି ସୂଚନା ଦେଇଛନ୍ତି। ମନ୍ତ୍ରୀଙ୍କ ଉତ୍ତରରୁ ମିଳିଥିବା ତଥ୍ୟ ଅନୁଯାୟୀ ଡିପ୍ଲୋମା କଲେଜଗୁଡ଼ିକରେ ବି ୧୦ ହଜାରରୁ ଅଧିକ ସିଟ୍‌ ଖାଲି ପଡ଼ିଛି। ରାଜ୍ୟରେ ଥିବା ୧୬୩ଟି ଡିପ୍ଲୋମା କଲେଜରେ ମୋଟ୍‌ ସିଟ୍‌ ସଂଖ୍ୟା ୪୫,୫୫୫। ସେଥିରେ ୩୫,୫୩୫ ଜଣ ନାମ ଲେଖାଇଥିଲା ବେଳେ ୧୦,୦୨୦ଟି ସିଟ୍‌ ଖାଲି ପଡ଼ିଛି।  ରୁଗ୍‌ଣ ଅବସ୍ଥାରେ ଥିବା ଶିକ୍ଷାନୁଷ୍ଠାନକୁ ସରକାରୀ ସହାୟତା ପ୍ରଦାନ କରିବାକୁ କୌଣସି ବ୍ୟବସ୍ଥା ନାହିଁ ବୋଲି ମନ୍ତ୍ରୀ ଜଣାଇଛନ୍ତି।

ସମ୍ବନ୍ଧିତ ଖବର