ମାର୍ଚ୍ଚ ୧୫ରେ ଏକ୍ସଏନ୍‌ଏସ୍‌ଏସ୍‌ ଫ୍ୟାମିଲିର ବନ୍ଧୁମିଳନ

ଭୁବନେଶ୍ବର : ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜନ୍ମ ଶତବାର୍ଷିକୀ ପାଳନ ଅବସରରେ ଜାତୀୟ ସେବା ଯୋଜନାର ପୁରାତନ ସ୍ବେଚ୍ଛାସେବୀ, କାର୍ଯ୍ୟକ୍ରମ ଅଧିକାରୀ, ଅଧିକାରିଣୀ, ପଦସ୍ତ ଅଧିକାରୀମାନଙ୍କର ଏକ ବନ୍ଧୁମିଳନ ମାର୍ଚ୍ଚ ୧୫ରେ ଭୁବନେଶ୍ବରସ୍ଥିତ ବରମୁଣ୍ଡା ହାଉସିଂ ବୋର୍ଡଠାରେ ହୋଟେଲ୍‌ ଚନ୍ଦନରେ ଅନୁଷ୍ଠିତ ହେବ ବୋଲି ଜାତୀୟ ସେବା ଯୋଜନା ପ୍ରାକ୍ତନ ପରିବାରର ସଭାପତି ଡକ୍ଟର ଦିଲ୍ଲୀପ ଶ୍ରୀଚନ୍ଦନ ଜଣାଇଛନ୍ତି। ଏହି ଅବସରରେ ନିଜର ଅତୀତର ସ୍ମୃତି ଅନୁଭୂତିକୁ ନେଇ ‘ଜାତୀୟ ସେବା ଯୋଜନା ପ୍ରାକ୍ତନୀ’ ନାମକ ଏକ ପରିଚିତି ପୁସ୍ତକ ପ୍ରକାଶ ପାଇବା ସହ ଆଲୁମିନି ଆସୋସିଏସନ୍‌ ଗଠନ କରାଯିବ ଏବଂ ନୂତନ କାର୍ଯ୍ୟକାରୀ ପରିଷଦ ଗଠନ କରାଯିବା ସହ ମାର୍ଚ୍ଚ ୨୦୨୦ରୁ ୨୦୨୧ ପର୍ଯ୍ୟନ୍ତ କାର୍ଯ୍ୟକ୍ରମର ଏକ ଖସଡ଼ା ପ୍ରସ୍ତୁତ କରାଯିବ। ତେଣୁ ଏହି ବନ୍ଧୁମିଳନରେ ଯେଉଁମାନେ ଯୋଗ ଦେବା ପାଇଁ ଇଚ୍ଛୁକ ସେମାନେ ନିରଦ ଖୁଣ୍ଟିଆଙ୍କୁ ୮୦୯୩୧୦୯୦୯୩, ରମାକାନ୍ତ ମହାପାତ୍ରଙ୍କୁ ୯୯୩୭୩୪୦୯୪୫ରେ ଯୋଗାଯୋଗ କରିବାକୁ ଅନୁଷ୍ଠାନ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର