ନକଲି ଚା’ ଜବତ, ବେପାରୀ ଗିରଫ

ହରିପୁର/ରସୁଲପୁର,୨୦/୧୧  : କୁଆଖିଆ ଥାନା ଅନ୍ତର୍ଗତ ହରିପୁର ହାଟର ମା’ ତାରିଣୀ ଭେରାଇଟି ଷ୍ଟୋର ଉପରେ ପୁଲିସ ଆଜି ଚଢ଼ଉ କରି ୨୮ କିଲୋ ୨୫୦ ଗ୍ରାମ୍‌ ନକଲି ଚା’ ପତି ଜବତ  କରିଛି। ଏଥିରେ ୧୦୦ ଗ୍ରାମ୍‌ର ୧୭୫ ପ୍ୟାକେଟ୍ ଓ ୨୫ ଗ୍ରାମ୍‌ର ୩ ପ୍ୟାକେଟ୍ ରହିଛି। ଏନେଇ ୩୬୭/୨୨ରେ ମାମଲା ରୁଜୁ କରି ବେପାରୀ ଲକ୍ଷ୍ମୀଧର ପାତ୍ରକୁ ଗିରଫ କରାଯାଇଛି।

ଯାଜପୁର ସଦର ଥାନା ଗୋପୀନାଥପୁର ଉଆଖିଆ ଗ୍ରାମର ଲକ୍ଷ୍ମୀଧର ପାତ୍ର ବହୁଦିନ ଧରି ବିଭିନ୍ନ କମ୍ପାନିର ପ୍ୟାକେଟ୍‌ରେ ନକଲି ଚା’ ଭରି ହରିପୁର ହାଟରେ ଥିବା ଦୋକାନରେ ବିକ୍ରି କରି ଆସୁଥିଲା। ଏ ସଂପର୍କରେ ଟାଟା କମ୍ପାନିକୁ ସୂଚନା ମିଳିଥିଲା। ପଶ୍ଚିମବଙ୍ଗରେ ଥିବା ଟାଟା କମ୍ପାନିର କାର୍ଯ୍ୟାଳୟ ଏ ବାବଦରେ ତଥ୍ୟନେଇ ଏକ ଘରୋଇ ତଦନ୍ତକାରୀ ସଂସ୍ଥାକୁ କାର୍ଯ୍ୟାନୁଷ୍ଠାନ ଦାୟିତ୍ବ ଦେଇଥିଲା। ଏହି ସଂସ୍ଥାର ଅଧିକାରୀ ପ୍ରଦୀପ ଘୋଷ ଆଜି ତଥ୍ୟ ସଂଗ୍ରହକରି କୁଆଖିଆ ଥାନାରେ ଅଭିଯୋଗ କରିବାପରେ ପୁଲିସ ଏକ ମାମଲା ରୁଜୁକରି ଦଫା ୪୨୦/୧୦୩/୧୦୪/୧୦୭ ଟ୍ରେଡମାର୍କ ଦଫା ଏବଂ ୬୩ କପି ରାଇଟ୍ ଆଇନରେ ଲକ୍ଷ୍ମୀଧରକୁ ଗିରଫ କରିଛି।

ସମ୍ବନ୍ଧିତ ଖବର