କେନାଲରେ ପଡ଼ି ରାଜମିସ୍ତ୍ରିଙ୍କ ମୃତ୍ୟୁ

ଦଶରଥପୁର: ମଙ୍ଗଳପୁର ଥାନା ଅନ୍ତର୍ଗତ ଦଶରଥପୁର ସ୍କୁଲ୍‌ ସମ୍ମୁଖ କେନାଲ ରାସ୍ତାରୁ ପଡ଼ି ଜଣେ ରାଜମିସ୍ତ୍ରିଙ୍କର ମୃତ୍ୟୁ ହୋଇଯାଇଛି। ମୃତ ରାଜମିସ୍ତ୍ରି ଭଦ୍ରକ ଜିଲ୍ଲା ଧାମନଗର ଥାନା ଅନ୍ତର୍ଗତ ବନ୍ଧଡିହ ଗ୍ରାମର ଜୁଳିଆ(୪୫)। ଆଜି ରାତି ପ୍ରାୟ ୧୦ଟା ବେଳେ ଜୁଳିଆ ସାଇକଲ୍‌ରେ ଯାଉଥିବା ବେଳେ ରାସ୍ତାରୁ ଖସିପଡ଼ିଥିଲେ।

ରାସ୍ତାରେ ଥିବା କେନାଲ୍‌ ପୋଲରେ ତାଙ୍କ ମୁଣ୍ଡ ମାଡ଼ ହୋଇଯାଇଥିଲା। ପଛପଟ ମୁଣ୍ଡ ମାଡ଼ ହେବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା। ସ୍ଥାନୀୟ ଲୋକେ କ୍ଷତିପୂରଣ ଦାବିରେ ଶବ ଛାଡ଼ି ନଥିଲେ। ମଙ୍ଗଳପୁର ପୁଲିସ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲେ। ବିଳମ୍ବିତ ରାତି ପର୍ଯ୍ୟନ୍ତ ଘରଲୋକ ପହଞ୍ଚି ପାରିନଥିବାରୁ ତାଙ୍କ ସମ୍ପର୍କରେ ଅଧିକ ତଥ୍ୟ ମିଳିନାହିଁ।

ସମ୍ବନ୍ଧିତ ଖବର