ବିଦ୍ୟୁତ୍‌ ଆଘାତରେ ୨ ଶ୍ରମିକ, ଚାଷୀ ମୃତ

ଦେଓଗାଁ/ ବଣାଇଁଗଡ଼ : ଦୁଇଟି ଜାଗାରେ ବିଦ୍ୟୁତ୍‌ ଆଘାତ ଯୋଗୁ ୩ ଜଣଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରୁ ୨ ଜଣ ଶ୍ରମିକ ହୋଇଥିବାବେଳେ ଅନ୍ୟଜଣେ ହେଉଛନ୍ତି ଚାଷୀ।

ମିଳିଥିବା ସୂଚନା ଅନୁସାରେ, ବଲାଙ୍ଗୀର ଜିଲ୍ଲା ଦେଓଗାଁ ଥାନା ଅନ୍ତର୍ଗତ ‌ଜରାସିଂହା ସୋନଗଡ଼ ନଦୀର ଲକ୍ଷ୍ମଣଝୁଲା ନିକଟରେ ୩୩ କେଭି ବିଦ୍ୟୁତ ତାରରେ ହୁକ ପକାଉଥିବା ବେଳେ ଦୁଇ ବଙ୍ଗୀୟ ଶ୍ରମିକଙ୍କ ବିଦ୍ୟୁତ ଆଘାତରେ ମୃତ୍ୟୁ ଘଟିଛି। ମୃତକ ଦ୍ବୟ ହେଲେ ପଶ୍ଚିମବଙ୍ଗର ଗଙ୍ଗା ହୁସେନ ଓ ଦିଲବର ହୁସେନ। ଦୁହେଁ ଜଣେ ଠିକାଦାରଙ୍କ ଅଧୀନରେ ଶ୍ରମିକ ଭାବେ କାମ କରୁଥିଲେ।

ସେହିଭଳି, ବଣାଇଁ ଥାନା ଅନ୍ତର୍ଗତ ବଡଗୋଗୁଆ ଗ୍ରାମରେ ଆଜି ସକାଳେ ନିଜ ଜମିରେ ହଳ କରୁଥିବା ବେଳେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ବଳଦ ସହ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ମୃତ ଚାଷୀ ହେ‌େଲ, ବଣାଇଁ ବଡ଼ ଗୋଗୁଆ ଗ୍ରାମର ଶ୍ୟାମସୁନ୍ଦର ସାହୁ (୬୫)। ଏହାକୁ ନେଇ ଉତ୍ତେଜିତ ଲୋକେ ବଣାଇଁ ୱେସ୍‌କୋ କାର୍ଯ୍ୟାଳୟରେ ଭଙ୍ଗାରୁଜା କରିଥିଲେ।

ସମ୍ବନ୍ଧିତ ଖବର