ଭୁବନେଶ୍ବର : ଚାଷୀଙ୍କୁ ଭୁବନେଶ୍ବର ନଛାଡ଼ିବା ଏବଂ ପ୍ରାଇସ୍, ପ୍ରେଷ୍ଟିଜ ଓ ପେନସନ ଦାବି ନେଇ ଆଜି ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ରାଜ୍ୟର ବିଭିନ୍ନ ସ୍ଥାନରେ ଥାନା ଘେରାଉ କରାଯାଇଛି। ଏହି ଅବସରରେ ବିଭିନ୍ନ ଥାନା ଅଧିକାରୀଙ୍କ ଜରିଆରେ ପୁଲିସ ମହାନିର୍ଦେଶକଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା।
Sambad is now on WhatsApp
Join and get latest news updates delivered to you via WhatsApp
ମିଳିଥିବା ସୂଚନା ଅନୁଯାୟୀ, ଯାଜପୁର ଜିଲ୍ଲାର ସଦର ଥାନା, ଜେନାପୁର, ଦଶରଥପୁର, କୁଆଖିଆ, ବାଲିଚନ୍ଦ୍ରପୁର, ବିଂଝାରପୁର, କୋରେଇ, ବରୀ ଆଦି ଥାନାରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ସେହିପରି କେନ୍ଦୁଝର ଜିଲ୍ଲାର ହରିଚନ୍ଦନପୁର, ତେଲକୋଇ, ଘସିପୁରା, ନନ୍ଦିପଦା ଓ ସୋସୋ ଥାନା ସମେତ ଆଉ କେତେକ ସ୍ଥାନେର ନବନିର୍ମାଣ ସଂଗଠନର ଚାଷୀମାନେ ଧାରଣା ଦେଇଥିବା ଖବର ମିଳିଛି। ଆଜି ବିଭିନ୍ନ ଥାନାରେ ସମ୍ମୁଖରେ ନବ ନିର୍ମାଣ କୃଷକ ସ˚ଗଠନର ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର, ରାଜ୍ୟ ସହ ସ˚ଯୋଜକ ନିମାଇଁ ରାୟ ପ୍ରମୁଖ ବିକ୍ଷୋଭରେ ସାମିଲ ହୋଇଥିଲେ।
କଟକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲାର ବିଭିନ୍ନ ଥାନା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ବିଭିନ୍ନ ବ୍ଲକ ଅଞ୍ଚଳରେ ଥିବା ଏହି ଥାନାରେ କୃଷକ ସଂଗଠନର କର୍ମୀ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। କଟକ ଜିଲ୍ଲାର ସଦର ଥାନା, ମାହାଙ୍ଗା, ନରସିଂହପୁର, ବଡ଼ମ୍ବା, ତିଗିରିଆ, ନିଆଳି, କିଶନନଗର, ନେମାଳ, ସାଲେପୁର, ନିଶ୍ଚିନ୍ତକୋଇଲି ଥାନା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିବା ବେଳେ ଜଗତସିଂହପୁର ଜିଲ୍ଲାର ଜଗତସିଂହପୁର, ବାଲିକୁଦା, ବିରିଡ଼ି, ନାଉଗାଁ, ରଘୁନାଥପୁର, ତିର୍ତ୍ତୋଲ, କୁଜଙ୍ଗ ଓ ଏରସମା ଥାନା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ସେହିଭଳି କେନ୍ଦ୍ରାପଡ଼ା ସଦର ଥାନା, ନିକିରାଇ ଥାନା, ପଟ୍ଟାମୁଣ୍ଡାଇ, ରାଜନଗର ଓ ରାଜକନିକା ଥାନା ଆଗରେ ନବନିର୍ମାଣ କୃଷକ ସ˚ଗଠନ ପକ୍ଷରୁ ଧାରଣା ଦିଆଯାଇଥିଲା।
ଢେଙ୍କାନାଳର ଭୁବନ ଓ ବାଲିମି ଥାନା ; ପୁରୀର ସାକ୍ଷୀଗୋପାଳ ଓ ଗୋପ ଥାନା; ଗଜପତି ଜିଲ୍ଲାର ପାରଳାଖେମୁଣ୍ତି , ଗଞ୍ଜାମର ପୁରୁଷୋତ୍ତମପୁର , ଖୋର୍ଦ୍ଧାର ଖୋର୍ଦ୍ଧା, ବୋଲଗଡ଼, ବେଗୁନିଆ, ଟାଙ୍ଗୀ, ମାଲକାନଗିରିର ଜୟପୁର ଏବଂ କୋରାପୁଟର ଜୟପୁର ସଦର, କୁନ୍ଦୁରା ଓ ବୋରିଗୁମ୍ମା ଥାନାକୁ ଘେରାଉ କରାଯାଇଥିଲା। ଭଦ୍ରକ ଜିଲ୍ଲାର ଗ୍ରାମାଞ୍ଚଳ, ତିହିଡି, ଧୂଷୁରୀ, ଭଣ୍ଡାରିପୋଖରୀ ବାଲେଶ୍ବର ଜିଲ୍ଲାର ନୀଳଗିରୀ, ମୟୂରଭଂଜ ଜିଲ୍ଲାର ଖୁଣ୍ଟା ଥାନା ଆଗରେ ପ୍ରତିବାଦ ସଭା କରାଯାଇଥିଲା। ସେହିଭଳି, ନୟାଗଡ଼ର ଖଣ୍ଡପଡ଼ା, ରଣପୁର, ଦଶପଲ୍ଲା, ଭାପୁର, ଓଡଗାଁଠାରେ ଚାଷୀମାନେ ଥାନା ଘେରାଉ କରିଥିଲେ। ରଣପୁରଠାରେ ଆୟୋଜିତ ଧାରଣା କାର୍ଯ୍ୟକ୍ରମରେ ସଂଗଠନର ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦ ସାମିଲ୍ ହୋଇଥିଲେ।