ଝିଅ ବାହାଘର ଦିନ ବାପାଙ୍କ ମୃତ୍ୟୁ

ହରିଚନ୍ଦନପୁର : ହରିଚନ୍ଦନପୁର ବ୍ଲକ ଦୈତାରୀସ୍ଥିତ ଓଡ଼ିଶା ଖଣି ନିଗମ (ଓଏମ୍‌ସି) କର୍ମଚାରୀ ବିଶ୍ବମ୍ବର ପାତ୍ର (୫୫) ଆଜି ତାଙ୍କ ଝିଅ ପୁଷ୍ପାଞ୍ଜଳିର ବାହାଘର ପାଇଁ କଟକର ଏକ ମଣ୍ଡପକୁ ଯାଉଥିବାବେଳେ ବ୍ରାହ୍ମଣୀପାଳ ନିକଟରେ ପ୍ରାଣ ହରାଇଛନ୍ତି। ଏହି ଘଟଣା ପରେ ଦୈତାରୀ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

ସୂଚନାନୁସାରେ, ଶ୍ରୀ ପାତ୍ର କିଛିଦିନ ହେଲା ଅସୁସ୍ଥ ଥିଲେ। ଏହାରି ଭିତରେ ତାଙ୍କ ଝିଅର ବାହାଘର ଚୂଡ଼ାନ୍ତ ହୋଇଥିଲା। ଆଜି କଟକର ଏକ ମଣ୍ଡପରେ ବିବାହ କାର୍ଯ୍ୟକ୍ରମ ହେବାର ଥିଲା। ଝିଅ ସହ ଏକ ଗାଡ଼ିରେ ଆଜି ସକାଳେ ଶ୍ରୀ ପାତ୍ର ବାହାଘର ପାଇଁ କଟକ ଯାଉଥିବା ବେଳେ ରାସ୍ତାରେ ବ୍ରାହ୍ମଣୀପାଳ ନିକଟରେ ସେ ହଠାତ୍‌ ଗୁରୁତର ହୋଇପଡ଼ିଥିଲେ। ତାଙ୍କୁ ତୁରନ୍ତ ଟାଟାମେଡିକାଲକୁ ଚିକିତ୍ସା ପାଇଁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଦୈତାରୀ ଶ୍ମଶାନରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ପୁଅ ରଂଜନ ମୁଖାଗ୍ନି ଦେଇଥିଲେ।

ସମ୍ବନ୍ଧିତ ଖବର