ନାବାଳକ ପୁଅ ମୋବାଇଲରେ ଗପିଗପି ଗାଡି ଚଳାଉଥିବା ବେଳେ ଧରିଲା ଟ୍ରାଫିକ୍ ପୁଲିସ,ବାପା ଦେଲେ ଜରିମାନା

ହେଲମେଟ ପିନ୍ଧିନଥିବାରୁ ଯୁବତୀଙ୍କୁ ଧରିଥିଲା ଟ୍ରାଫିକ୍ ପୁଲିସ, ବିତଣ୍ଡା ଯୁକ୍ତିତର୍କ କଲେ ଯୁବତୀ

କଟକ :ସାରା ରାଜ୍ୟରେ ଆଜିଠାରୁ ଟ୍ରାଫିକ ଯାଞ୍ଚ କଡାକଡି କରାଯାଉଥିବା ବେଳେ କଟକ ସହରରୁ ଆସିଛି ଅଜବ ଖବର। ପୁଅ ଗପିଲା, ବାପା ଗଣିଲେ ଜରିମାନା । ନାବାଳକ ପୁଅ ଫୋନରେ କଥା ହୋଇ ଗାଡି ଚଳାଉଥିବା ବେଳେ ଧରିଲା ଟ୍ରାଫିକ୍ ପୁଲିସ । ଆଉ ବାପାଙ୍କୁ ଦେବାକୁ ପଡିଛି ଜରିମାନା । କଟକ ସହରରେ ସକାଳୁ ସକାଳୁ ଆରମ୍ଭ ହୋଇଯାଇଛି ଚେକିଂ ପ୍ରକ୍ରିୟା । ଏହି କ୍ରମରେ ଲିଙ୍କ ରୋଡରେ ଚେକିଂ ବେଳେ ଫସିଗଲେ ନାବାଳକ । ତେବେ ମୋବାଇଲରେ ଗପି ଗାଡ଼ି ଚଳାଉଥିବାରୁ ୬ ହଜାର ଟଙ୍କା ଜରିମାନା ଲଗାଇଛି ଟ୍ରାଫିକ୍ ପୁଲିସ । ସେପଟେ ନାବାଳକ ପୁଅ ଟ୍ରାଫିକ୍ ନିୟମର ଉଲ୍ଲଂଘନ କରିଥିବାରୁ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ଅଭିଭାବକ ।  ପୁଅ ନିୟମ ଭାଙ୍ଗିବାରୁ ବାପାଙ୍କୁ ଗଣିବାକୁ ପଡିଛି ତଣ୍ଡ ।

କଟକରେ ଟ୍ରାଫିକ୍ ଚେକିଂ ବେଳେ ହେଲମେଟ ପିନ୍ଧିନଥିବାରୁ ଜଣେ ଯୁବତୀଙ୍କୁ ଧରିଥିଲା ଟ୍ରାଫିକ୍ ପୁଲିସ । ମାତ୍ର ଭୁଲ ମାନିବା ପରିବର୍ତ୍ତେ ଯୁବତୀଜଣକ ଓଲଟା ପୁଲିସ ଅଧିକାରୀଙ୍କ ସହ ବିତଣ୍ଡା ଯୁକ୍ତିତର୍କ କରିଥିଲେ । ଯୁବତୀଜଣଙ୍କର ଗୋଟିଏ ଜିଦ୍ କି ସେ ହେଲମେଟ ପିନ୍ଧିବେ ନାହିଁ । ତାଙ୍କ ଇଚ୍ଛା, ପୁଲିସ ଯାହା କରୁଛି କରୁ । ଯଦି ଗାଡି ଟାଣି ନେଇଯିବେ ତ ନେଇଯାଆନ୍ତୁ । ମୋର କିଛି କହିବାର ନାହିଁ । ମୁଁ ହେଲମେଟ୍ ପିନ୍ଧି ଗାଡି ଚଳାଇବି କି ନାହିଁ ମୋର ମର୍ଜି । ତେବେ ଯୁବତୀଙ୍କ ଅଜବ ଯୁକ୍ତିରେ ଅବାକ୍ ହୋଇପଡିଛି ପୁଲିସ୍ ।

ସମ୍ବନ୍ଧିତ ଖବର