ଗୁଳି ଭର୍ତ୍ତି ବନ୍ଧୁକ ଜବତ, ଶିକାରୀ ଗିରଫ

କାଳିଆପାଣି: କଟକ ବନଖଣ୍ଡ ସୁକିନ୍ଦା ରେଞ୍ଜ ରାଁସୋଳ ସେକ୍ସନ ଅନ୍ତର୍ଗତ ତଳଙ୍ଗି ମୁଣ୍ଡିଆ ଉପର ଜଙ୍ଗଲରୁ ଗତକାଲି ଜନୈକ ଶିକାରୀକୁ ବନ ବିଭାଗ ଗିରଫ କରିଛି। ଅଭିଯୁକ୍ତ ସୁକିନ୍ଦା ଥାନା କଳାମାଟିଆ ଗାଁର ମନୋଜ ମୁଣ୍ଡା (୨୨)। ତା’ ପାଖରୁ ଏକ ଦେଶୀ ଠେସା ବନ୍ଧୁକ ଓ ୩ଟି ଅଫୁଟା ଗୁଳି ଜବତ କରାଯାଇଛି।

ମାମୁଘର ତଳଙ୍ଗି ପେଣ୍ଠସାହି ବୁଲି ଆସିଥିବା ମନୋଜ ଶିକାର ଯୋଜନାରେ ଘୂରି ବୁଲୁଥିବା ସୂଚନା ମିଳିଥିଲା। ବନପାଳ ନରେଶ କୁମାର ଟୁଡ଼ୁ, ବନରକ୍ଷୀ ଈପ୍‌ସିତ ରାୟ ନାଏକ ଓ ଗଙ୍ଗାଧର ମୁର୍ମୁ, ସ୍କ୍ବାଡ୍‌ ବିଶ୍ବନାଥ ଦେହୁରୀ, ବୁଦ୍ଧିମନ୍ତ ମହାକୁଡ଼, ସୁବାସ ବେହେରା ଓ ଗଣେଶ ମୁର୍ମୁ ତାକୁ ଘେରିଯାଇ କାବୁ କରିଥିଲେ। ଆଜି ଅଭିଯୁକ୍ତକୁ ‌ବିଭାଗୀୟ କେସ୍ ନଂ ୪/୨୨-୨୩ ଏବଂ ବନ୍ୟପ୍ରାଣୀ ସଂରକ୍ଷଣ ଆଇନ(୧୯୭୨)ର ଧାରା ୧୬(ଏ), (୩୫), ୯, ୫୧(୧), ୩୭(୧) ଓ ଓଡ଼ିଶା ବନ ଆଇନ(୧୯୭୨) ଆଧାରରେ କୋର୍ଟ ଚାଲାଣ କରାଯାଇଥିଲା। ଜାମିନ ନାମଞ୍ଜୁର ‌ହେବାରୁ ତାକୁ ବିଚ‌ାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।

ସମ୍ବନ୍ଧିତ ଖବର