ରାଜ୍ୟରେ ପ୍ରଥମ: ଗଞ୍ଜାମ ଜିଲ୍ଲାରେ ନୂଆ ପଦବି ସୃଷ୍ଟି

ଛତ୍ରପୁର : ରାଜ୍ୟରେ ପ୍ରଥମଥର ପାଇଁ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ନୂତନ ପଦବି ସୃଷ୍ଟି କରାଯାଇଛି। ପଦୋନ୍ନତି ପାଇଥିବା ୨୨ ସେକ୍ସନ୍ ଅଫିସରଙ୍କୁ ଉପାଧିପ୍ରାପ୍ତ ଅଫିସର୍ ତଥା ଏଷ୍ଟାବ୍ଲିସ୍‌ମେଣ୍ଟ୍ ଅଧିକାରୀ ଭାବେ ଗଞ୍ଜାମ ଜିଲ୍ଲା ପ୍ରଶାସନ ନିଯୁକ୍ତ କରିଛି। ରାଜ୍ୟ ସରକାର ଜିଲ୍ଲାସ୍ତରରେ ବିଭିନ୍ନ ବିଭାଗରେ କାମ କରୁଥିବା ଅମଲାମାନଙ୍କୁ ନୂତନ ସାଧାରଣ କ୍ୟାଡ଼ର୍ ନିୟମ ଅନୁସାରେ ପଦୋନ୍ନତି ବ୍ୟବସ୍ଥା କରିଛନ୍ତି। ୨୦୧୯ରେ ଏଷ୍ଟାବ୍ଲିସ୍‌ମେଣ୍ଟ୍ ଅଧିକାରୀ ଓ ସିନିୟର୍ ଏଷ୍ଟାବ୍ଲିସ୍‌ମେଣ୍ଟ ଅଧିକାରୀ ଏହିପରି ୨ଟି ନୂତନ ପଦୋନ୍ନତି-ପଦବି ସୃଷ୍ଟି କରାଯାଇଛି। ଓପିଏସ୍‌ସିର ଅନୁମୋଦନକ୍ରମେ ଗତକାଲି ଜିଲ୍ଲାର ୨୨ ସେକ୍ସନ୍ ଅଫିସରଙ୍କୁ କ୍ୟାଡ଼ର୍ ନିୟମ ପ୍ରକାରେ ପଦୋନ୍ନତି ଦିଆଯିବା ସହ ସେମାନଙ୍କୁ ନୂତନ ପଦବି ତଥା ଏଷ୍ଟାବ୍ଲିସ୍‌ମେଣ୍ଟ ଅଧିକାରୀ ଭାବେ ନିଯୁକ୍ତ କରାଯାଇଛି। ରାଜ୍ୟରେ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରଥମଥର ଏଭଳି ପଦକ୍ଷେପ ନିଆଯାଇଥିବାରୁ ଗଞ୍ଜାମ ଜିଲ୍ଲା ଅମଲା ସଂଘ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନକୁ କୃତଜ୍ଞତା ଜଣାଇଛି।

ସମ୍ବନ୍ଧିତ ଖବର