୪ ମାଙ୍କଡ଼ ନଚାଳି ଅଟକ; ୫ ମାଙ୍କଡ଼ ଉଦ୍ଧାର

ବୈଶିଙ୍ଗା: ବୈଶିଙ୍ଗା ଥାନା ଅଧୀନ ଦାହିବାଡ଼ି ହାଟ ପଡ଼ିଆରୁ ୫ ପୋଷା ମାଙ୍କଡ଼କୁ ଉଦ୍ଧାର କରିବା ସହିତ ମାଙ୍କଡ଼ ପୋଷିଥିବା ୪ ବଙ୍ଗୀୟ ଯୁବକଙ୍କୁ ଅଟକ ରଖିଛି ବନ ବିଭାଗ। ସୂଚନା ମୁତାବକ ପଶ୍ଚିମବଙ୍ଗରୁ ଆସିଥିବା କିଛି ଯୁବକ ଦାହିବାଡ଼ି ହାଟ ପଡ଼ିଆରେ ଥିବା ଚାଳିଆ ଘରେ ରହିବା ସହ ଆଖପାଖ ଅଞ୍ଚଳରେ ମାଙ୍କଡ଼ ନାଚ ଦେଖାଇବା ସହିତ ବିଭିନ୍ନ ପ୍ରକାର ଚେରମୂଳି ଔଷଧ ବିକି ଗୁଜୁରାଣ ମେଣ୍ଟାଉଥିଲେ।

ଏ ସମ୍ପର୍କରେ ଖବର ପାଇ ବେତନଟୀ ରେଞ୍ଜର ଘନାଶ୍ୟାମ ସିଂଙ୍କ ନିର୍ଦ୍ଦେଶରେ ବୈଶିଙ୍ଗା ବନପାଳ ଦୁଲାଲ ଚନ୍ଦ୍ର ଦିଗାର ଓ ବନରକ୍ଷୀ ଜୟନ୍ତୀ ପାତ୍ର ପହଞ୍ଚି ମାଙ୍କଡ଼ଗୁଡ଼ିକୁ ଉଦ୍ଧାର କରିବା ସହ ମାଙ୍କଡ଼ ନଚାଳିଙ୍କୁ ଅଟକ ରଖିଛନ୍ତି। ସେମାନେ ହେଲେ ପଶ୍ଚିମବଙ୍ଗ ରାଜ୍ୟ ହବଡ଼ା ଥାନା ଅଞ୍ଚଳର ରବିକୁଲ ମଲ, ସକୀର ମଲ, ସବିକୁଲ ମଲ ଓ ରୁବେଲ ମଲ। ଉଦ୍ଧାର ମାଙ୍କଡ଼ଗୁଡିକ ମଧ୍ୟରୁ ୪ଟି ମାଙ୍କଡ଼କୁ ବେତନଟୀ ପାଖ ଜଙ୍ଗଲରେ ଛଡ଼ା ଯାଇଥିବା ବେଳେ ଗୋଟିଏ ମାଙ୍କଡ଼ ଘଟଣାସ୍ଥଳରୁ ଖସିଯାଇଥିଲା। ପରେ ତାକୁ ଉଦ୍ଧାର କରି କ୍ଷୀରପଦା ଜଙ୍ଗଲରେ ଛଡ଼ାଯିବା ସହ ଓ ଅଟକ ଯୁବକମାନଙ୍କୁ ଚେତାବନୀ ଦେଇ ଛାଡ଼ି ଦେଇଛି ବନ ବିଭାଗ।

ସମ୍ବନ୍ଧିତ ଖବର