ମହିଙ୍ଗା ପଡ଼ିଲା ଓଭରଲୋଡିଂ: ୫ ଟ୍ରଲର ଜବତ, ୨ ଲକ୍ଷରୁ ଅଧିକ ଟଙ୍କାର ଜରିମାନା

ରାଉରକେଲା : ଓଭରଲୋଡିଂ ପରିବହନ ୫ ଟ୍ରଲର ମାଲିକଙ୍କୁ ମହଙ୍ଗା ପଡ଼ିଛି। ରାଉରକେଲା ଆଞ୍ଚଳିକ ପରିବହନର ଏମ୍‌ଭିଆଇ ୫ଟି ଟ୍ରଲକୁ ଜବତ କରିବା ସହ ପାଖାପାଖି ୨ ଲକ୍ଷ ଟଙ୍କା ଜରିମାନା କରିଥିବା ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁଯାୟୀ ‌ବେଦବ୍ୟାସ ଚିକଟମାଟି ଭାଲୁପତ୍ରାସ୍ଥିତ ଓଡ଼ିଶା ଷ୍ଟିଲ କର୍ପୋରେସନ୍‌ ରହିଛି। ପ୍ରତିଦିନ କଲୁଙ୍ଗା ସାଇଡିଂରୁ ଆଇରନ ବଣ୍ଡଲ ଲୋଡିଂ ହୋଇ ଓଡ଼ିଶା ଷ୍ଟିଲ କର୍ପୋରେସନ୍‌କୁ ଆସିଥାଏ। ଟ୍ରଲରଗୁଡ଼ିକର ବୋଝେଇ କ୍ଷମତା ଯେତିକି ରହିଛି,ତା’ ଠାରୁ ୧୦ରୁ ୧୧ ଟନ୍‌ ଅଧିକ ବୋଝେଇ କରି ପରିହନ କରୁଥିଲେ। ଏ ସଂକ୍ରାନ୍ତରେ ସୂଚନା ପାଇ ବେଦବ୍ୟାସ ଟ୍ରକ ଓନର ଆସୋସିଏସନ୍‌ର ବିଶ୍ବ ରଞ୍ଜନ ବେଉରା, ବିଜୟ କୁମାର ପ୍ରଧାନଙ୍କ ନେତୃତ୍ବରେ ଟ୍ରକ ମାଲିକମାନେ ଓଭରଲୋଡିଂ ଟ୍ରଲରଗୁଡ଼ିକ ଅଟକ ରଖିଥିଲେ। ଏ ସଂକ୍ରାନ୍ତରେ ଏମ୍‌ଭିଆଇଙ୍କୁ ସୂଚନା ଦେଇଥିଲେ। ଜୁନିୟର ଏମ୍‌ଭିଆଇ ସାବିତ୍ରୀ ହେମ୍ବମ୍‌ ଓ ତାଙ୍କ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଓଭରଲୋଡିଂ ୫ ଟ୍ରଲରକୁ ଜବତ କରିବା ସହ ପାଖାପାଖି ୨ ଲକ୍ଷରୁ ଅଧିକ ଟଙ୍କାର ଜରିମାନା କରାଯାଇଥିବା ଜଣାପଡିଛି।

ତେବେ ମାସ ମାସ ଧରି କଲୁଙ୍ଗା ଶିଳ୍ପାଞ୍ଚଳରେ ଟ୍ରେଲଗୁଡ଼ିକ ଓଭରଲୋଡିଂ କରି ମାଲ୍‌ ପରିବହନ କରୁଥିଲେ ହେଁ ପରିବହନ ବିଭାଗ ଏମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପରିବର୍ତ୍ତେ ଚୁପ୍‌ ବସିଥିବାରୁ ଗାଡ଼ି ମାଲିକଙ୍କ ଅସନ୍ତୋଷ ବୃଦ୍ଧି ‌ପାଉଛି।

ସମ୍ବନ୍ଧିତ ଖବର