ସ୍ବାଧୀନତା ଦିବସରେ କିଏ କେଉଁଠି କରିବେ ପତାକା ଉତ୍ତୋଳନ : ଭୁବ‌ନେଶ୍ବରରେ ମୁଖ୍ୟମନ୍ତ୍ରୀ, କଟକରେ ଅର୍ଥ ମନ୍ତ୍ରୀ

୮ ଜିଲ୍ଲାରେ ଜିଲ୍ଲାପାଳଙ୍କୁ ପତାକା ଉତ୍ତୋଳନ ଦାୟିତ୍ବ

ଭୁବନେଶ୍ବର : ଆସନ୍ତା ଅଗଷ୍ଟ ୧୫ ତାରିଖ ସ୍ବାଧୀନତା ଦିବସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ବରର ପ୍ରଦର୍ଶନୀ ପଡ଼ିଆରେ ହେବାକୁ ଥିବା ରାଜ୍ୟସ୍ତରୀୟ ଉତ୍ସବରେ ଜାତୀୟ ପତାକା ଉତ୍ତୋଳନ କରିବେ। ସେହିପରି ଅର୍ଥ ମନ୍ତ୍ରୀ ନିରଞ୍ଜନ ପୂଜାରୀ କଟକରେ ହେବାକୁ ଥିବା ଜିଲ୍ଲାସ୍ତରୀୟ ଉତ୍ସବରେ ଜାତୀୟ ପତାକା ଉତ୍ତୋଳନ କରିବା ସହ ପରେଡ୍‌ରେ ଅଭିବାଦନ ଗ୍ରହଣ କରିବେ। ଏହା ସହ ଅନ୍ୟ କେଉଁ ମନ୍ତ୍ରୀ କେଉଁ ଜିଲ୍ଲାରେ ପତାକା ଉତ୍ତୋଳନ କରିବେ, ତାହାର ତାଲିକା ଆଜି ସରକାର ପ୍ରସ୍ତୁତ କରିଛନ୍ତି। ମନ୍ତ୍ରୀମାନଙ୍କ ବ୍ୟତୀତ ଗୋଟିଏ ଜିଲ୍ଲାରେ ରାଜସ୍ବ ପର୍ଷଦ ସଦସ୍ୟ, ତିନିଟି ସ୍ଥାନରେ ଆର୍‌ଡିସି ଓ ୮ଟି ଜିଲ୍ଲାରେ ଜିଲ୍ଲାପାଳ ପତାକା ଉତ୍ତୋଳନ କରିବେ।

ମନ୍ତ୍ରୀମାନଙ୍କ ମଧ୍ୟରେ ବିକ୍ରମ କେଶରୀ ଆରୁଖ ଅନୁଗୁଳରେ, ପ୍ରଫୁଲ୍ଲ ମଲ୍ଲିକ ପୁରୀରେ, ରଣେନ୍ଦ୍ର ପ୍ରତାପ ସ୍ବାଇଁ କେନ୍ଦ୍ରାପଡ଼ାରେ, ପଦ୍ମନାଭ ବେହେରା କଳାହାଣ୍ଡିରେ, ପ୍ରତାପ ଜେନା ମୟୂରଭଞ୍ଜରେ, ଅରୁଣ କୁମାର ସାହୁ ଢେଙ୍କାନାଳରେ, ସୁଦାମ ମାରାଣ୍ଡି ସୁନ୍ଦରଗଡ଼ରେ, ସୁଶାନ୍ତ ସିଂହ କନ୍ଧମାଳରେ, ନବକିଶୋର ଦାସ ବଲାଙ୍ଗୀରରେ, ଟୁକୁନି ସାହୁ ନୟାଗଡ଼ରେ, ଜଗନ୍ନାଥ ସାରକା କେନ୍ଦୁଝରରେ, ଦିବ୍ୟ ଶଙ୍କର ମିଶ୍ର ସମ୍ବଲପୁରରେ, ଅଶୋକ ଚନ୍ଦ୍ର ପଣ୍ଡା ବାଲେଶ୍ବରରେ, ସମୀର ରଞ୍ଜନ ଦାଶ ଯାଜପୁରରେ, ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ନବରଙ୍ଗପୁରରେ, ପ୍ରେମାନନ୍ଦ ନାୟକ କୋରାପୁଟରେ, ରଘୁନନ୍ଦନ ଦାସ ମାଲକାନଗିରିରେ, ପଦ୍ମିନୀ ଦିଆନ ରାୟଗଡ଼ାରେ ଓ ତୁଷାରକାନ୍ତି ବେହେରା ଗଜପତିରେ ଜାତୀୟ ପତାକା ଉତ୍ତୋଳନ କରିବେ।

ଅନ୍ୟ ଜିଲ୍ଲାଗୁଡ଼ିକରେ ପ୍ରଶାସନିକ ଅଧିକାରୀମାନେ ଜାତୀୟ ପତାକା ଉତ୍ତୋଳନ କରିବେ। ରାଜସ୍ବ ପର୍ଷଦ ସଦସ୍ୟ ଭଦ୍ରକରେ, କେନ୍ଦ୍ରାଞ୍ଚଳ ଆର୍‌ଡିସି ଖୋର୍ଦ୍ଧାରେ, ଦକ୍ଷିଣାଞ୍ଚଳ ଆର୍‌ଡିସି ବ୍ରହ୍ମପୁରରେ ଓ ଉତ୍ତରାଞ୍ଚଳ ଆର୍‌ଡିସି ରାଉରକେଲାରେ ପତାକା ଉତ୍ତୋଳନ କରିବେ। ୮ଟି ଜିଲ୍ଲା ବରଗଡ଼, ବୌଦ୍ଧ, ଦେବଗଡ଼, ଗଞ୍ଜାମ, ଜଗତସିଂହପୁର, ଝାରସୁଗୁଡ଼ା, ନୂଆପଡ଼ା ଓ ସୁବର୍ଣ୍ଣପୁରରେ ଜିଲ୍ଲାପାଳମାନେ ଜାତୀୟ ପତା‌କା ଉତ୍ତୋଳନ କରିବେ।

ସମ୍ବନ୍ଧିତ ଖବର