ବ୍ରାହ୍ମଣୀରେ ଭାସିଗଲେ ୪ ବାଳକ-ବାଳିକା; ୩ ଉଦ୍ଧାର, ଜଣେ ନିଖୋଜ

ରାଉରକେଲା: ପାନପୋଷ ବ୍ରାହ୍ମଣୀ ଘାଟରେ ଗାଧଉଥିବାବେଳେ ବ୍ରାହ୍ମଣୀ ନଦୀରେ ବୁଡିଗଲେ ତିନି ବାଳକ ଓ ଜଣେ ବାଳିକା। ଆଜି ଅପରାହ୍ନ ପ୍ରାୟ ସାଢେ ତିନିଟାରେ ଏହି ଅଘଟଣ ଘଟିଛି। ସ୍ଥାନୀୟ ବସ୍ତି ଲୋକ ତିନି ବାଳକଙ୍କୁ ଉଦ୍ଧାର କରିଥିବାରୁ ସେମାନେ ନିଶ୍ଚିତ ମୃତ୍ୟୁ ମୁଖରୁ ବର୍ତ୍ତି ଯାଇଛନ୍ତି। ଅନ୍ୟ ଜଣେ ବାଳିକା ନିଖୋଜ ହୋଇଯାଇଛନ୍ତି । ସମସ୍ତଙ୍କ ଘର ବାସନ୍ତୀ କଲୋନି ମାଲଗୋଦାମ ଅଞ୍ଚଳର। ସେମାନେ ହେଲେ ସାରୁଖ ଖାନ (୧୭), ନାସିର ଖାନ (୧୨), ରାହୁଲ ସିଂ (୧୪) ଓ ପୂଜା ସିଂ (୧୩୩)।

ସୂଚନା ପାଇ ଅଗ୍ନିଶମ କର୍ମଚାରୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ନିଖୋଜ ବାଳିକାଙ୍କୁ ଠାବ କରାଯାଇ ପାରିନି। ବସ୍ତିବାସିନ୍ଦାଙ୍କ କହିବା ମୁତାବକ ତିନି ବାଳକ ଓ ଜଣେ ବାଳିକା ଅପରାହ୍ଣ ପ୍ରାୟ ଦୁଇଟାରେ ବ୍ରାହ୍ମଣୀ ଘାଟରେ ପହଞ୍ଚିଥିଲେ। ପିଲାମାାନେ ପାଣିରେ ପଶି ମଜା ଉଠାଉଥିଲେ। ଭିତରକୁ ପଶିଯିବାରୁ ଭାସି ଯାଇଥିଲେ।  ସେମାନେ ଭାସି ଯାଉଥିବା ଦେଖି ବସ୍ତିର ତିନି ଯୁବକ ସନ୍ତୋଷ ରାମ, ଅଜୟ ଟପୋ ଓ ବିକ୍ରମ ସାହା ନଦୀରୁ ତିନି ଜଣଙ୍କୁ ଉଦ୍ଧାର କରିବାରେ ସଫଳ ହୋଇଥିଲେ। ପୂଜା କିନ୍ତୁ ନିଖୋଜ ହୋଇଯାଇଥିଲେ।

ସମ୍ବନ୍ଧିତ ଖବର