ପୁଣି ମାଓବାଦୀଙ୍କ ହିଂସା: ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣରେ ୪ ଯବାନ ଆହତ

ମାଲକାନଗିରି: ସୀମାନ୍ତ ଛତିଶଗଡରେ ପୁଣି ମାଓ ହିଂସା ଦେଖିବାକୁ ମିଳିଛି। ଛତିଶଗଡର ବିଜାପୁର ଜିଲ୍ଲାରେ ମାଓବାଦୀ ଲ୍ୟାଣ୍ଡମାଇନ ବିସ୍ଫୋରଣ କରି ଯବାନଙ୍କୁ ଟାର୍ଗେଟ କରିଛନ୍ତି। ଏହି ବିସ୍ଫୋରଣରେ ୪ ଜଣ ଯବାନ ଆହତ ହୋଇଛନ୍ତି। ପ୍ରତିଦିନ ଭଳି ଆଜି ମଧ୍ୟ ୧୫୩ ସିଆରପିଏଫ ବାଟାଲିୟନର ଯବାନ ଚିନ୍ନାକୋଡେଲପାଲ ଅଂଚଳକୁ ସର୍ଚ୍ଚ ଅପରେସନ କରିବାକୁ ଯାଇଥିଲେ। ଏହି ଜଂଗଲରେ ପୂର୍ବରୁ ନକ୍ସଲ ଆମ୍ବୁସ ଲଗାଇ ବସିଥିଲେ। ଯବାନଙ୍କୁ ଦେଖି ନକ୍ସଲ ଲ୍ୟାଣ୍ଡମାଇନ ବିସ୍ଫୋରଣ କରିଥିଲେ, ଯାହାଫଳରେ ୪ ଜଣ ଯବାନ ଆହତ ହୋଇଥିଲେ। ଆହତ ଯବାନମାନେ ହେଲେ ଡେପୁଟି କମାଣ୍ଡାଣ୍ଟ ପଲଵାନ ବିଶ୍ବାସ, ଏଏସଆଇ ସଦାଶିବ ୟାଦବ, ହାବିଲଦାର ରାଜୀବ ରଂଜନ ଏବଂ କନେଷ୍ଟବଲ ଓମ ପ୍ରକାଶ। ଏମାନଙ୍କୁ ତୁରନ୍ତ ଜିଲ୍ଲା ହସପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ପ୍ରାଥମିକ ଚିକିତ୍ସା ପରେ ସମସ୍ତଙ୍କୁ ରାୟପୁର ସ୍ଥାନାନ୍ତର କରାଯିବ ବୋଲି ଜଣାପଡିଛି। ଯବାନ ଏହି ଅଂଚଳକୁ ଘେରି ସର୍ଚ୍ଚ ଅପରେସନକୁ ଜୋରଦାର କରୁଥିବା ପୁଲିସ କହିଛି।

ସମ୍ବନ୍ଧିତ ଖବର