ଗଞ୍ଜାମ ଜିଲ୍ଲାର ଆଉ ୫ ପୁଲିସ କର୍ମଚାରୀ କରୋନା ପଜିଟିଭ୍ ଚିହ୍ନଟ, ସୂଚନା ଦେଲେ ଆରକ୍ଷୀ ଅଧୀକ୍ଷକ
ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାର ପୁଣି ୫ ପୁଲିସ କର୍ମଚାରୀ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏନେଇ ଗଞ୍ଜାମ ଆରକ୍ଷୀ ଅଧୀକ୍ଷକ ଟୁଇଟର୍ ଜରିଆରେ ସୂଚନା ଦେଇଛନ୍ତି। ସେ ଆକ୍ରାନ୍ତମାନଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
In the line of duty our another five COVID warriors of Ganjam Police have tested covid positive.They are under observation.Wishing them for speedy recovery.@odisha_police @igpsr
— SP GANJAM (@sp_ganjam) June 26, 2020
ସୂଚନାଯୋଗ୍ୟ, ଜିଲ୍ଲାରେ ଏହାପୂର୍ବରୁ ୧୭୦ଜଣ କୋଭିଡ଼୍ ଯୋଦ୍ଧା ସଂକ୍ରମିତ ହେଲେଣି। ଏହା ଜିଲ୍ଲା ପ୍ରଶାସନର ଚିନ୍ତା ବଢ଼ାଇ ଦେଇଛି। ସରକାରୀ କାର୍ଯ୍ୟାଳୟରେ ପ୍ରତିଷେଧ ବ୍ୟବସ୍ଥା ଗ୍ରହଣ ନିମନ୍ତେ ପ୍ରଶାସନ ଅଣ୍ଟା ଭିଡ଼ିଛି। ପ୍ରତି ସରକାରୀ କାର୍ଯ୍ୟଳୟରେ ଜଣେ କର୍ମଚାରୀଙ୍କୁ କୋଭିଡ଼୍ ମନିଟର୍ ଭାବେ ଚୟନ କରାଯିବ। କୋଭିଡ଼୍ ମିନିଟର ଉକ୍ତ କାର୍ଯ୍ୟାଳୟରେ କୋଭିଡ଼୍ ନିୟମାବାଳୀ ଅନୁପାଳନ ହେଉଛି କି ନାହିଁ ତଦାରଖ କରି ପ୍ରତ୍ୟହ କାର୍ଯ୍ୟାଳୟ ମୁଖ୍ୟଙ୍କୁ ରିପୋର୍ଟ ଦେବେ। ସରକାରୀ କାର୍ଯ୍ୟାଳୟରେ ସାମାଜିକ ଦ୍ବରତ୍ବ ଅବଲମ୍ବନ, କର୍ମଚାରୀ ମାସ୍କ୍ ପିନ୍ଧିବା ଏବଂ କାର୍ଯ୍ୟାଳୟ ସାନିଟାଇଜ୍(ବିଶୋଧନ) ଆଦି ଦିଗ ଉପରେ କୋଭିଡ଼୍ ମନିଟର୍ ଦୃଷ୍ଟିଦେବେ। ଉଲ୍ଲଘଂନ କରୁଥିବା କର୍ମଚାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଲାଗି ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି।
ଜିଲ୍ଲାକୁ ପ୍ରବାସୀଙ୍କ ଫେରିବା ସଂଖ୍ୟାକୁ ଆକଳନ କରି ପ୍ରାୟ ୨୫ଶହ ସଙ୍ଗରୋଧ କେନ୍ଦ୍ର ସ୍ଥାପନ ହୋଇଥିଲା। ଏହି କେନ୍ଦ୍ରରେ ଅଶା, ଅଙ୍ଗନାବାଡ଼ି, ଶିକ୍ଷକ ଶିକ୍ଷୟିତ୍ରୀ, ସ୍ବାସ୍ଥ୍ୟକର୍ମୀ, ସରପଞ୍ଚ, ପଞ୍ଚାୟତ ନିର୍ବାହୀ ଅଧିକାରୀ ଆଦି ଡ୍ୟୁଟି କରିଥିଲେ। ଜିଲ୍ଲାରେ କରୋନା ମୁକାବିଲା ଦିଗରେ ପୁଲିସ କର୍ମଚାରୀ, ସରକାରୀ ଅଧିକାରୀ ଓ କର୍ମଚାରୀଙ୍କ ଗୁରୁତ୍ବପୂର୍ଣ୍ଣ ଯୋଗଦାନ ରହିଛି। ବିଶେଷ କରି ସଙ୍ଗରୋଧ କେନ୍ଦ୍ରରେ ସେବା ଯୋଗାଉଥିବା କୋଭିଡ୍ ଯୋଦ୍ଧା ସଂକ୍ରମିତ ହୋଇଛନ୍ତି। ଗତ କିଛି ଦିନ ଭିତରେ ଉପର ଅଧିକାରୀ, ଯେଭଳି ଛତ୍ରପୁର ଏସ୍ଡ଼ିପିଓ ଓ ଛତ୍ରପୁର ଥାନା ଅଧିକାରୀ, ବ୍ରହ୍ମପୁର ବଡ଼ ଡାକ୍ତରଖାନାର ୪ ଡାକ୍ତର ଓ ୮ ନର୍ସ କରୋନା ପୀଡ଼ିତ ହୋଇଥିଲେ। ସେମାନେ ସୁସ୍ଥ ହୋଇ ପୁଣି କାର୍ଯ୍ୟରେ ଯୋଗ ଦେଇଛନ୍ତି। ରଙ୍ଗେଇଲୁଣ୍ଡା ବିଡ଼ିଓ, କନିଷି ତହସିଲଦାର, କନିଷି ଅତିରିକ୍ତ ତହସିଲଦାର ଏବେ କରୋନା ଆକ୍ରାନ୍ତ ହୋଇ ଚିକିତ୍ସାଧୀନ।
ଗତ ୯ ଦିନ ମଧ୍ୟରେ ଜିଲ୍ଲାରେ ୯୪ ଜଣ କୋଭିଡ୍ ଯୋଦ୍ଧା ସଂକ୍ରମିତ ହେଲେଣି। ଜିଲ୍ଲା ପ୍ରଶାସନ ସୂଚନା ଅନୁଯାୟୀ, ଗତ ୧୮ତାରିଖରେ ୧୩ ଜଣ କୋଭିଡ଼୍ ଯୋଦ୍ଧା କରୋନା ସଂକ୍ରମିତ ହୋଇଥିଲେ। ୧୯ତାରିଖରେ ୧୨ ଜଣ, ୨୦ ତାରିଖରେ ୬ଜଣ, ୨୧ତାରିଖରେ ୧୦ଜଣ, ୨୨ତାରିଖରେ ୨ଜଣ, ୨୩ ତାରିଖରେ ୬ ଜଣ ଏବଂ ୨୪ ତାରିଖରେ ୧୪ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ୨୫ ତାରିଖରେ ୧୮ଜଣ ଓ ଗତକାଲି ୧୩ ଜଣ କୋଭିଡ଼୍ ଯୋଦ୍ଧା ଆକ୍ରାନ୍ତ ହୋଇଛନ୍ତି।