ଧର୍ମଗଡ଼ ବ୍ଳକରେ ଉଜ୍ଜ୍ୱଲା ଯୋଜନାରେ ଗ୍ୟାସ  ବଣ୍ଟନରେ ଦୁର୍ନୀତି, ହିତାଧିକାରୀଙ୍କ  ଅଜାଣତରେ ଚୋରି ହୋଇଗଲା ୩ ମାସର ଗ୍ୟାସ 

ହିତାଧିକାରୀଙ୍କ ଧର୍ମଗଡ଼ ଉପଜିଲ୍ଲାପାଳଙ୍କୁ ଫେରାଦ, ଜୋର ଧରିଲା ଭିଜିଲାନ୍ସ ତଦନ୍ତ 

ଭବାନୀପାଟଣା/ଜୁନାଗଡ଼: କଳାହାଣ୍ଡି ଧର୍ମଗଡ଼ ବ୍ଲକରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରଦାନ କରାଯାଉଥିବା ଉଜ୍ଜ୍ୱଲା ଗ୍ୟାସ ବଣ୍ଟନରେ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି   । ଉଜ୍ଜ୍ୱଲା ଯୋଜନାରେ ଗ୍ୟାସ କାର୍ଡ଼ କରାଇଦେବା ନାଁ ରେ ଜଣେ ଦଲାଲ  ହିତାଧିକାରୀଙ୍କ ଠାରୁ ଟଙ୍କା  ନେବା ସହ ୩ ମାସର ଗ୍ୟାସ ଚୋରି କରି ନେବା ନେଇ ଧର୍ମଗଡ଼ ଉପଜିଲ୍ଲାପାଳଙ୍କ ଠାରେ ଅଭିଯୋଗ ହେବା ଘଟଣା ଏଠାରେ ଚର୍ଚ୍ଚାର ବିଷୟ ହୋଇଛି ।
ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ, ଜୁନାଗଡ଼ ବ୍ଲକ ଅନ୍ତର୍ଗତ ଚିଚେଇଗୁଡା ଗ୍ରାମର ବୁଦୁରାମ ମେହେର ଗତ ୨୦୧୬ ମସିହାରେ  ଧର୍ମଗଡ଼ ବ୍ଲକ ଅନ୍ତର୍ଗତ ବଡ଼ ଘୁମର ଗାଁ ଯାଇ ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଚପରିଆ ଇଣ୍ଡେନ ଗ୍ୟାସ ବିତରକଙ୍କ ଲୋକ ବୋଲି ପରିଚୟ ଦେଇଥିଲେ ।  ପରେ ବହୁ ହିତାଧିକାରୀଙ୍କ ଠାରୁ ସମସ୍ତ କାଗଜପତ୍ର  ବାବଦକୁ ୧୧୦ ଟଙ୍କା ମାଗିବା ସହ ଗ୍ୟାସ ଟାଙ୍କି, ଗ୍ୟାସ ଚୁଲା  ଓ ଗ୍ୟାସ କାର୍ଡ଼ ଯୋଗାଇଦେବାକୁ କହିଥିଲେ ।
ଅନେକ ଦିନ ବିତିଗଲା ପରେ  ହିତାଧିକାରୀ ମାନେ ବୁଦୁ ମେହେରଙ୍କୁ ଗ୍ୟାସକାର୍ଡ଼ ମାଗିବାରୁ ଆଜି ଦେବି କଲି ଦେବି କହି ଦିନ ଗଡେଇ ନେଉଥିଲା ।ଗତ ଏପ୍ରିଲ ୯ ତାରିଖ ଦିନ କିଛି ହିତାଧିକାରୀ ଚିଚେଇଗୁଡା କୁ ଯାଇ ବୁଦୁ ମେହେରଙ୍କ ଠାରୁ ଗ୍ୟାସକାର୍ଡ଼ ସଂଗ୍ରହ କରିଥିଲେ । ଏହି କାର୍ଡ଼ ମାନଙ୍କରେ ହିତାଧିକାରୀ ମାନଙ୍କ ନାମରେ ଥିବା  ୨୦୧୬ ମସିହାରେ ଗ୍ୟାସ କର୍ଡରୁ ୩ ମାସର ଗ୍ୟାସ ଉଠାଣ ହୋଇଥିବା ଦେଖିବାକୁ ମିଳିଥିଲା । ଏହି ହିତାଧିକାରୀ ମାନଙ୍କ ମଧ୍ୟରୁ ମାୟାଧର ଗୋପାଳ, ଭାସ୍କର ଗୋପାଳ, ବୋଧଲାଲ ମେହେର, ତୁଳସୀ ରାମ ଗୋପାଳ,ତରଙ୍ଗ ଗୋପାଳ, ଧାର୍ମିକ ଗୋପାଳ,ହରିଶଙ୍କର ଗୋପାଳ, ଦ୍ରୋଣ ଗୋପାଳ,କୁଞ୍ଜ ମେହେର, ଶୁସାନ୍ତ ଗୋପାଳ, କାଳିଆ ମୋଟେଲ, ବୀଣା ମେହେର, ଜଳେଶ୍ବର ମେହେର,ଭୁବନେ ଗୋପାଳ, ଦିବାଲୁ ଗୋପାଳ, ଦୂର ମେହର, ଦୁଃଖିଲ ମେହେର,ନିଳେନ୍ଦ୍ରୀ ଗୋପାଳଙ୍କ ୩ ମାସର ଗ୍ୟାସ ଚୋରି ହୋଇଥିବା ଜାଣିବାକୁ ପାଇଲେ ।
ଅନ୍ୟପକ୍ଷରେ ଚପରିଆ ଗ୍ରାମର ଗ୍ୟାସ ବିତରକ ଦେବେନ୍ଦ୍ର ମୁଣ୍ଡଙ୍କୁ ହିତାଧିକାରୀ ମାନେ ଯୋଗାଯୋଗ କରିବାରୁ ଏ ନେଇ ମୁଁ କିଛି ଜାଣି ନାହିଁ ଯଦି ଗ୍ୟାସ ଦରକାର ତାହେଲେ ୨୫୦୦ ଟଙ୍କା ମୋତେ ଦେଲେ ମୁଁ ଗ୍ୟାସ ଦେବି ବୋଲି କହିଥିବା ନେଇ ଆଜି ହିତାଧିକାରୀମାନେ ଧର୍ମଗଡ଼ ଉପଜିଲ୍ଲାପାଳଙ୍କ ଠାରେ ଲିଖିତ ଅଭିଯୋଗ କରିଛନ୍ତି । ଏହାର ଏକ ଭିଜିଲାନ୍ସ ସ୍ତରୀୟ ତଦନ୍ତ କରାଗଲେ ବହୁ ରହସ୍ୟ ଉନ୍ମୋଚିତ ହେବ ହିତାଧିକାରୀମାନେ ଦାବି କରିଛନ୍ତି ।
ସମ୍ବନ୍ଧିତ ଖବର