ପୁଲିସ୍ ଉପସ୍ଥିତିରେ ଘୁଡୁଘୁଡୁ ଖେଳ ଚାଲିଛି

ବରଗଡ଼ : ପାର୍ବଣ ଋତୁରେ ଜିଲ୍ଲାବ୍ୟାପୀ ଖୁଲମଖୁଲା ଘୁଡ଼ୁଘୁଡ଼ୁ ଖେଳ ଚାଲିଛି। ଲୋକେ ଟଙ୍କାର ବାଜି ଲଗାଇ ସର୍ବସ୍ବାନ୍ତ ହେଉଛନ୍ତି। ଘୁଡ଼ୁଘୁଡ଼ୁ ବନ୍ଦ କରିବାକୁ କିଛି ଦିନ ହେଲା ବିଭିନ୍ନ ସଂଗଠନ ଏବଂ ସଂଘ ପକ୍ଷରୁ ଜିଲ୍ଲା ପ୍ରଶାସନକୁ ଦାବିପତ୍ର ପ୍ରଦାନ କରାଯାଇଛି। କିନ୍ତୁ ପୁଲିସ୍‌ ଉପସ୍ଥିତିରେ ଏହି ଖେଳ ଚାଲିବା ଚିନ୍ତାର କାରଣ ପାଲଟିଛି।

ପୁଲିସ୍‌ ଚଢ଼ଉ କରିବ କ’ଣ, ନିଜେ ଉପସ୍ଥିତ ଥାଇ ଖେଳ ଚଳାଉଛି। ଏଭଳି ଏକ ‌ଫଟୋ ସୋସିଆଲ୍‌ ମିଡିଆରେ ଘୁରି ବୁଲୁଛି। ସଂପୃକ୍ତ ପୁଲିସ୍‌ କର୍ମଚାରୀ ଜଣକ ସୀମାନ୍ତ ଜଗଦଲପୁର ଥାନାର ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର