ଶାଗୁଆନ ଗଛରେ ଓଢ଼ଣି ବାନ୍ଧି ଆତ୍ମହତ୍ୟା କଲେ ନାବାଳିକା

ଧର୍ମଶାଳା: ଯାଜପୁର ଜିଲ୍ଲାର ଧର୍ମଶାଳା ବ୍ଲକ ଅନ୍ତର୍ଗତ ମୁକୁନ୍ଦ ପାତ୍ର ଜୁନିୟର କଲେଜ ପରିସରରୁ ଜଣେ ଯୁବତୀଙ୍କ ମୃତଦେହ ଉଦ୍ଧାର କରାଯାଇଛି | ଯୁବତୀ ଜଣକ ଏକ ଶାଗୁଆନ ଗଛରେ ନିଜ ଓଢ଼ଣୀକୁ ବାନ୍ଧି ଆତ୍ମହତ୍ୟା କରିଥିବା ନେଇ ପ୍ରଥମେ ସ୍ଥାନୀୟ ଲୋକ ଦେଖିଥିଲେ | ଏହା ପରେ ସେମାନେ ପୁଲିସକୁ ଏବାବଦରେ ଖବର ଦେଇଥିଲେ | ପୁଲିସ ଘଟଣାସ୍ଥଳରେ ପହଂଚି ମୃତଦେହକୁ ଉଦ୍ଧାର କରି ବ୍ୟବଛେଦ ପାଇଁ ପଠାଇଛି | ମୃତ ଯୁବତୀଙ୍କ ଘର ଜେନାପୁର ଥାନା ଅନ୍ତର୍ଗତ କନ୍ତପଡା ଗ୍ରାମରେ ବୋଲି ଜଣାପଡିଛି |

 

ଯୁବତୀଙ୍କ ନାମ ଗଙ୍ଗା ମଲିକ(୧୬) ହୋଇଥିବାବେଳେ ସେ ଗତବର୍ଷ ମାଟ୍ରିକ ପରୀକ୍ଷା ଦେଇଥିଲେ | ତେବେ ପ୍ରେମ ବ୍ୟାପାରକୁ ନେଇ ଯୁବତୀ ଜଣକ ଆତ୍ମହତ୍ୟା କରିଥିବାର ସନ୍ଦେହ କରାଯାଉଥିଲେ ବି ପ୍ରକୃତ କାରଣ ବାବଦରେ ଜଣାପଡିନାହିଁ |

ବ୍ୟବଛେଦ ରିପୋର୍ଟ ଆସିବା ପରେ ହିଁ ପ୍ରକୃତ କାରଣ କଣ ଜଣାପଡିବ ବୋଲି ପୁଲିସ କହିଛି | ତେବେ ଯୁବତୀ ଜଣକ ନିଜ ଘରୁ କଲେଜ ପରିସରକୁ କିଭଳି ଆସିଲେ ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି |

ସମ୍ବନ୍ଧିତ ଖବର