ଚଣ୍ଡିଖୋଲ : ଡିକି ଭାଙ୍ଗି ସୁନାଅଳଙ୍କାର ଲୁଟ୍‌

ଚଣ୍ଡିଖୋଲ : ବାଲିଚନ୍ଦ୍ରପୁର ବଜାରରେ ଆଜି ସନ୍ଧ୍ୟାରେ ମଟରସାଇକଲ ଡିକି ଭାଙ୍ଗି କେହି ଦୁର୍ବୃତ୍ତ ସୁନା ଅଳଙ୍କାର ବ୍ୟାଗ ଧରି ଚମ୍ପଟ ମାରିଛନ୍ତି। ଲୁଟ୍‌ର ଶିକାର ହୋଇଛନ୍ତି ବାଲିଚନ୍ଦ୍ରପୁର ଥାନା ବରଦା ଗ୍ରାମର ସୁଶାନ୍ତ ସାମଲ।

ଆଜି ଏହି ବଜାରରେ ଥିବା ବିଜୟଲକ୍ଷ୍ମୀ ଜୁଏଲରରୁ ୧୮ହଜାର ଟଙ୍କାର ସୁନା ଅଳଙ୍କାର କିଣିଥିଲେ। ଆଗରୁ ତାଙ୍କ ପାଖରେ ୪୦ ହଜାର ଟଙ୍କାର ସୁନା କାନଫୁଲ ମଧ୍ୟ ଥିଲା। ଏସବୁକୁ ଜରି ବ୍ୟାଗ୍‌ରେ ରଖି ସେ ତାଙ୍କ ବାଇକ୍‌ ଡିକିରେ ରଖି କଲେଜ ରୋଡ୍‌ ପର୍ଯ୍ୟନ୍ତ ଯାଇଥିଲେ। ସେଠାରେ ତାଙ୍କ ବାଇକ୍‌ ରଖି ଏକ ଔଷଧ ଦୋକାନକୁ ଯାଇଥିଲେ। ଔଷଧ କିଣି ସାରି ଆସିଲା ବେଳକୁ ବାଇକ୍ ଡିକି ଭଙ୍ଗା ହୋଇଥିଲା। ସୁନା ଅଳଙ୍କାର ବ୍ୟାଗ୍‌ଟି ନଥିଲା। ଏଥି ସହିତ ସେଥିରେ ଥିବା ଜରୁରି କାଗଜପତ୍ରକୁ ମଧ୍ୟ ଦୁର୍ବୃତ୍ତ ନେଇଯାଇଥିଲା। ଶ୍ରୀ ସାମଲ ଏନେଇ ଥାନାରେ ଅଭିଯୋଗ କରିବା ପରେ ଏଏସଆଇ ଗିରୀଶ ମହାନ୍ତି ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। କାଗଜପତ୍ର ଥିବା ବ୍ୟାଗଟି ଚାରିନଙ୍ଗଳ ବଜାର ନିକଟରେ ପଡ଼ିଥିବା ପରେ ଦେଖିବାକୁ ପାଇଥିଲେ। ଲୁଟେରାଙ୍କ ସନ୍ଧାନ ମିଳି ନଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର