ନାତୁଣୀ ବାହାଘର ଉତ୍ସବରେ ଜେଜେଙ୍କ ପରଲୋକ

ଜମନକିରା : ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ୍ ବଡ଼ରମା ପଞ୍ଚାୟତ ଚିନିମହୁଲ ଗାଁ’ର ବାସିନ୍ଦା ସୁମନ୍ତ ପଟେଲଙ୍କ ଏକମାତ୍ର କନ୍ୟା ରୀତିକା (ବର୍ଷା)ଙ୍କ ବାହାଘର କୁଚିଣ୍ଡା ନୂଆ କଲ୍ୟାଣ ମଣ୍ଡପରେ ଆୟୋଜିତ ହୋଇଛି। ନିମନ୍ତ୍ରଣ କାର୍ଡ ପାଇ ବନ୍ଧୁବାନ୍ଧବ ଘରେ ପହଞ୍ଚି ସାରିଛନ୍ତି। କିନ୍ତୁ ବିବାହ କାର୍ଯ୍ୟସୂଚୀ ଅନୁସାରେ ମଙ୍ଗଳବାର ସନ୍ଧ୍ୟା ସାଢ଼େ ୬ଟାରେ ବର ଆଗମନ ରହିଥିଲା। ମାତ୍ର ଭୋର୍‌ ୪ଟା ବେଳେ ରୀତିକାଙ୍କ ଜେଜେବାପା ଅର୍ଥାତ୍ ସୁମନ୍ତଙ୍କ ବାପା କୁଳମଣି ପଟେଲ (୮୩ ବର୍ଷ)ଙ୍କ ପରଲୋକ ଘଟିଥିଲା। ଫଳରେ ବିବାହ ପାଇଁ ଥିବା ଉତ୍ସବରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ତଥାପି ରୀତି ଅନୁସାରେ ରୀତିକାଙ୍କ ବିବାହ ହୋଇଥିବା ଜଣାପଡ଼ିଛି।

ସ୍ବର୍ଗତ କୁଳମଣି ଜଣେ ଭଲ ଚାଷୀ ସାଙ୍ଗକୁ ପରୋପକାରୀ ବ୍ୟକ୍ତି ଥିଲେ। ଖବର ପାଇ ଗ୍ରାମବାସୀ ବାସଭବନରେ ପହଞ୍ଚି ଶେଷ ଦର୍ଶନ କରିଥିଲେ। ଶେଷ ସମୟରେ ପତ୍ନୀ ଚନ୍ଦନତୁଳାଙ୍କ ସମେତ ଘରେ ଦୁଇ ପୁଅ ଇଂ. ସୁଶାନ୍ତ ପଟେଲ ଓ ସୁମନ୍ତ ପଟେଲ, ଦୁଇ ବୋହୂ, ଝିଅ ସଂଗୀତା, ଜ୍ବାଇଁ ଓ ନାତି ନାତୁଣୀ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର