ବଳଦଯାତ୍ରା ବେଳ ଗଣ୍ଡଗୋଳ : ଭୁବନ ଦଶହରା ଭସାଣି ଉତ୍ସବ ଅଧାରୁ ବନ୍ଦ, ଗଣ୍ତଗୋଳରେ ୮ରୁ ଉର୍ଧ୍ବ ଆହତ

ପୁଲିସର ଲାଠିଚାର୍ଜ, ୧୪୪ ଧାରା ଜାରି

ଭୁବନ : ଭୁବନ ଗ୍ରାମରେ ହେଉଥିବା ଐତିହାସିକ ଦଶହରା ଭସାଣି ଉତ୍ସବରେ ଆଜି ଅଘଟଣ ଘଟିଛି। ଶୋଭାଯାତ୍ରାରେ ନାଚିବାକୁ ନେଇ ଗଣ୍ତଗୋଳ ଯୋଗୁ ପ୍ରସିଦ୍ଧ ବଳଦ ଯାତ୍ରା ଅଧାରୁ ବନ୍ଦ ହୋଇଯାଇଛି। ପରିସ୍ଥିତି ଅଣାୟତ୍ତ ହେବାରୁ ସେଠାରେ ପୁଲିସକୁ ଲାଠିଚାର୍ଜ କରିବାକୁ ପଡ଼ିଥିଲା। କିଛି ଘଣ୍ଟା ପାଇଁ ସେଠାରେ ୧୪୪ ଧାରା ଜାରି କରାଯାଇଥିଲା। ଏହି ଗଣ୍ତଗୋଳରେ ୮ରୁ ଊର୍ଧ୍ବ ଲୋକ ଆହତ ହୋଇଥିବା ବେଳେ ଭୁବନରେ ଶାନ୍ତି ରକ୍ଷା ପାଇଁ ପୁଲିସ ପ୍ରଶାସନ ଉଦ୍ୟମ ଜାରି ରଖିଛି।

ଆଜି ସକାଳେ ଆରମ୍ଭ ହୋଇଥିଲା ମାଦୁର୍ଗାଙ୍କର ଭସାଣି ଶୋଭାଯାତ୍ରା। ସୁସଜ୍ଜିତ ବଳଦଗୁଡ଼ିକୁ ଦଶହରା ମାର୍ଗକୁ ଅଣାଯାଇଥିଲା। ସବୁକିଛି ଠିକ୍‌ ଠାକ୍‌ ଚାଲିଥିଲା। ଆଖପାଖ ଅ˚ଚଳରୁ ହଜାର ହଜାର ଦର୍ଶକ ଏହି ଭସାଣି ଉତ୍ସବକୁ ଦେଖିବାକୁ ଆସିଥିଲେ। ପ୍ରସିଦ୍ଧ ବଳଦ ଯାତ୍ରା ସୁରୁଖୁରରେ ଚାଲିଥିବା ବେଳେ ଭୋର ୫ଟା ସମୟରେ ମାଇକ୍‌ ଆଗରେ କେତେକ ମଦ୍ୟପ ନାଚିବା ଓ ପରେ ବ୍ଲେଡରେ ସ୍ଥାନୀୟ ଯୁବକ ଜିତେନ୍ଦ୍ର ନାୟକଙ୍କ ତଣ୍ଟି କାଟି ଆହତ କରିଦେବା ପରେ ନୂଆବଜାରଠାରେ ଉତ୍ତେଜନା ଦେଖାଯାଇଥିଲା। ପରିସ୍ଥିତି ଅଣାୟତ୍ତ ହେବାରୁ ପୁଲିସ ବାଧୢ ହୋଇ ଲାଠିଚାର୍ଜ କରିବା ସହ କିଛି ଘଣ୍ଟା ପାଇଁ ନୁଆବଜାର (ବସ୍‌ଷ୍ଟାଣ୍ତ) ରେ ୧୪୪ ଜାରି କରିଥିଲା। ଗୋଟଏ ପଟରେ ଶୋଭାଯାତ୍ରାକାରୀ ଓ ଅନ୍ୟପଟରେ ଅରବିନ୍ଦ ମାର୍ଗରେ ବାସ କରୁଥିବା ଅନୂସୁଚିତ ଜାତିର ବାସିନ୍ଦା। ଏହି ସମୟରେ ଟେକା ପଥର, ମଦ ବୋତଲ,ଥଣ୍ତା ବୋତଲର ବର୍ଷା ଚାଲିଲା। ହଜାର ହଜାର ଦର୍ଶକ ପିଲାଛୁଆଙ୍କୁ ଧରି ପଡି ଉଠି ଦୌଡ଼ି ପଳାଇଥିଲେ। ଫଳରେ ବଳଦ ଯାତ୍ରା ବନ୍ଦ ହୋଇଯାଇଥିଲା। ଏହି ଗଣ୍ତଗୋଳରେ ୮ ଜଣରୁ ଉର୍ଧ୍ବ ଆହତ ହୋଇଥିଲେ। ପ୍ରାଣ ବିକଳରେ ଜୀବନ ବ˚ଚାଇ ଦୈାଡ଼ି ଯାଉଥିବା ବେଳେ ଗଁଦିଆ ବ୍ଳକ କାଶିପୁର ପଞ୍ଚାୟତ ଲହଡା ଗ୍ରାମର ଶଶିକାନ୍ତ ବାରିକଙ୍କ ସମେତ ୨ ନମ୍ବର ଵାର୍ଡର ଲିପୁନୁ ସାହୁ (୧୮) ଅନଳ ଗ୍ରାମର ସନ୍ତୋଷ ପାତ୍ର , ଭୁବନର ରମାକାନ୍ତ ସାହୁ, ବ୍ରହ୍ମାନନ୍ଦ ମଲ୍ଳିକ (୧୫), ଥାନା ଏଏସଆଇ ଶେଷଦେବ ଲେଙ୍କା ପ୍ରମୁଖ ଆହତ ହୋଇଥିଲେ।

ସମ୍ବନ୍ଧିତ ଖବର