ଜେଲରେ ବଡି କ୍ୟାମେରା ବ୍ୟବହାର ନେଇ ଗାଇଡଲାଇନ୍ ଜାରି

ଭୁବନେଶ୍ୱର : ଜେଲ୍‌ କର୍ମଚାରୀ ବଡି କ୍ୟାମେରା ପିନ୍ଧିବା ନେଇ ବିଭାଗ ପକ୍ଷରୁ ଜାରି ହୋଇଛି ଗାଇଡଲାଇନ୍। ଯେଉଁ ସ୍ଥାନରୁ ଅଧିକ ଅଭିଯୋଗ ଆସୁଛି ଓ ଅସୁବିଧା ସୃଷ୍ଟି ହେବାକ ଆଶଙ୍କା ରହିଛି ସେଠାରେ କର୍ମଚାରୀମାନେ ବଡି କ୍ୟାମେରା ବ୍ୟବହାର କରିବେ। ଏହା ସହ ପ୍ରବେଶ ଫାଟକ, ସିସିଟିଭି କ୍ୟାମେରେ କଭରେଜ୍ ନ ଥିବା ସ୍ଥାନ, ସିସିଟିଭି କଭରେଜ୍ ଥିଲେ ବି ସମ୍ବେଦନଶୀଳ ସ୍ଥାନ, କୋର୍ଟ ଓ ହସ୍ପିଟାଲରୁ ଫେରୁଥିବା କଏଦୀଙ୍କୁ ଯାଞ୍ଚ ସମୟରେ, ସେଲରେ ଅଚାନକ୍ ଯାଞ୍ଚ, ହାର୍ଡକୋର୍ କଏଦୀଙ୍କ ପାଖରେ ଥିବା ସମୟରେ ବଡି କ୍ୟାମେରା ବ୍ୟବହାର କରାଯିବ। ଏହି ଡାଟା ରେକର୍ଡ ଓ ଷ୍ଟୋରେଜ୍ କରିବା ପାଇଁ ଏକ କଣ୍ଟ୍ରୋଲ ରୁମ୍ ଖୋଲାଯିବ। ପ୍ରାଧୀକୃତ ଅଧିକାରୀ ନିୟମିତ ବ୍ୟବଧାନରେ ଯାଞ୍ଚ କରିବାକୁ ଜେଲ ବିଭାଗ ପକ୍ଷରୁ ଜାରି ଗାଇଡଲାଇନରେ କୁହାଯାଇଛି।

ସମ୍ବନ୍ଧିତ ଖବର