ଗୁପଚୁପ ବିକି ସ୍ୱାବଲମ୍ବୀ ହୋଇପାରିଛନ୍ତି ପ୍ରତିମା

କୁଚିଣ୍ଡା: ନାରୀ ଆଉ ପଛରେ ନାହିଁ । ପୁରୁଷଙ୍କ ସହ ତାଳ ଦେଇ ଆଗକୁ ବଢୁଛି ନାରୀ । ଏଭଳି ଏକ ଜୀବନ୍ତ ଉହାହରଣ ହେଉଛନ୍ତି ସମ୍ବଲପୁର ଜିଲ୍ଲା କବରିବାହାଲର ପ୍ରତିମା । ଗୁପଚୁପ ବିକ୍ରି କରି ରୋଜଗାର ଭିନ୍ନ ବାଟ ବାଛି ନେଇଛନ୍ତି ପ୍ରତିମା । ଆଉ ଏବେ ସେ ଏହି ରୋଜଗାରରେ ନିଜ ପରିବାର ପ୍ରତିପୋଷଣ କରିବା ସହ ସ୍ୱାବଲମ୍ବୀ ହୋଇପାରିଛନ୍ତି । ପରିବାର ପ୍ରତିପୋଷଣ ପାଇଁ କାହା ଘରେ କାମ କରିବା ଅପେକ୍ଷା ନିଜେ ସ୍ୱାବଲମ୍ବୀ ହେବାର ବାଟ ବାଛି ନେଇଛନ୍ତି ପ୍ରତିମା ଭଏଁସା ।

ଠିକ୍ ପୁରୁଷ ବିକାଳିଙ୍କ ଭଳି ଠେଲାଟିଏ କରି ଗୁପଚୁପ ବିକ୍ରି କରୁଛନ୍ତି । କାହା ପାଇଁ ବୋଝ ହେବା ବଦଳରେ ନିଜେ ସ୍ୱାବଲମ୍ବୀ ହେବାର ଏକ ନିଆରା ବାଟ ବାଛି ନେଇଛନ୍ତି ପ୍ରତୀମା । ଆଉ ଏହି ଗୁପଚୁପ ବିକ୍ରି କରି ଦିନକୁ ରୋଜଗାର କରୁଛନ୍ତି ୫୦୦ରୁ ୧୦୦୦ ଟଙ୍କା । ପ୍ରତିମା ଭଏଁସା, କିଛି ବର୍ଷ ପୂର୍ବେ ପର ଘରେ ମୂଲ ଲାଗି ପରିବାର ଚଳାଉଥିଲେ । ଆଉ ଏଥିପାଇଁ ତାଙ୍କୁ ଅନେକ ସମୟରେ ନାନା କଥା ଶୁଣିବାକୁ ପଡୁଥିଲା । ଶେଷରେ ରୋଜଗାର ଏକ ଭିନ୍ନ ପନ୍ଥାବାଛି ନେଲେ ପ୍ରତିମା ।

ଆରମ୍ଭ କଲେ ଗୁପଚୁପ ବ୍ୟବସାୟ । ପ୍ରଥମେ ଗାଁ ଗାଁ ବୁଲି ଗୁପଚୁପ ବିକ୍ରି କରୁଥିଲେ ପ୍ରତିମା । ଆଉ ଏବେ ସମୟ ବଦଳିଛି, ସେ ଆଉ ଗାଁ ବୁଲୁନାହାନ୍ତି, ନିଜ ଘର ସାମ୍ନାରେ ଚୁପଚୁପ୍ ଷ୍ଟଲଟିଏ କରି ବେଶ ହସ ଖୁସିରେ ବ୍ୟବସାୟ କରୁଛନ୍ତି । ଏଥିରେ ସଂପୂର୍ଣ୍ଣ ସହଯୋଗ କରୁଛନ୍ତି ତାଙ୍କ ସ୍ୱାମୀ । ପ୍ରତିମାଙ୍କ ଏହି ଉଦ୍ୟମକୁ ଅଂଚଳର ଲୋକେ କେବଳ ପସନ୍ଦ କରୁ ନାହାଁନ୍ତି, ସମୟ ସୁବିଧା ଦେଖି ତାଙ୍କ ଷ୍ଟଲରୁ ଗୁପଚୁପ ବି ଖାଉଛନ୍ତି ।

ସମ୍ବନ୍ଧିତ ଖବର