ନଗଡ଼ାରେ କୁଆପଥର ମାଡ଼

କାଳିଆପାଣି : ନଗଡ଼ା ଓ ଏହାର ପାର୍ଶ୍ବବର୍ତ୍ତୀ ପାହାଡ଼ି ଇଲାକାରେ ଆଜି ସଂଧ୍ୟା‌ରେ ପ୍ରବଳ କୁଆପଥର ମାଡ଼ ହୋଇଛି। କୁଆପଥର ବୃଷ୍ଟିରେ କିଛି ସମୟ ପାଇଁ ଭୂଇଁ ବରଫାବୃତ୍ତ ହୋଇଯାଇଥିଲା। ଅଦିନିଆ ବର୍ଷା ସାଙ୍ଗକୁ କୁଆପଥର ମାଡ଼ରେ ବ୍ୟାପକ ଫସଲ ହାନୀ ହୋଇଥିବା ଅଭିଯୋଗ ହୋଇଛି। ଫଳନ୍ତି ଅମୃତଭଣ୍ଡା ଗଛ ଓ ବାଡ଼ି ବଗିଚାର ପୁଷ୍ଟି ଉଦ୍ୟାନ ପ୍ରଭାବିତ ହୋଇଛି। ସେହିପରି ନଗଡ଼ା ଗସ୍ତରେ ଯାଇଥିବା ବ୍ୟକ୍ତି ଫେରିବା ବାଟରେ ବହୁ ହିନସ୍ତା ହୋଇଥିଲେ।

ସମ୍ବନ୍ଧିତ ଖବର