ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ବରିଷ୍ଠ ପ୍ରଚାରକ ତଥା ସାପ୍ତାହିକ ରାଷ୍ଟ୍ରଦୀପର ପ୍ରଥମ ସଂପାଦକ ହରିହର ନନ୍ଦଙ୍କ ପରଲୋକ

ଭୁବନେଶ୍ୱର: ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ବରିଷ୍ଠ ପ୍ରଚାରକ ତଥା ସାପ୍ତାହିକ ରାଷ୍ଟ୍ରଦୀପର ପ୍ରଥମ ସଂପାଦକ ହରିହର ନନ୍ଦଙ୍କର ଆଜି ଭୋର ୩ଟା ୧୫ ମିନିଟ ସମୟରେ ପରଲୋକ ହୋଇଥିବା ଜଣାଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୪ ବର୍ଷ ହୋଇଥିଲା। ସେ ଲିଭର୍‌ କ୍ୟାନସର ରୋଗରେ ପୀଡ଼ିତ ହୋଇ ଚିକିତ୍ସିତ ହେଉଥିଲେ। ଆଜି ଏକ ଘରୋଇ ହସ୍ପିଟାଲରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।

ଶ୍ରୀ ନନ୍ଦ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର କାର୍ଯ୍ୟକର୍ତ୍ତମାନଙ୍କ ମଧ୍ୟରେ ହରିହର ଦା’ଭାବେ ବେଶ୍‌ ଲୋକପ୍ରିୟ ଥିଲେ। କୋଲକାତାଠାରେ ବିଏସ୍‌ ସି ପଢ଼ୁଥିବା ବେଳେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ସଂପର୍କରେ ଆସିଥିଲେ ଶ୍ରୀ ନନ୍ଦ। ତା’ପରେ ପଶ୍ଚିମବଙ୍ଗର ନକସାଲବାଡ଼ିରେ ପ୍ରଥମେ ବିସ୍ତାରକଭାବେ କାର୍ଯ୍ୟ କରିଥିଲେ।

ଏହାପରେ ୧୯୬୪ ମସିହାରୁ ୧୯୭୫ ମସିହା ଯାଏଁ ସାପ୍ତାହିକ ରାଷ୍ଟ୍ରଦୀପର ପ୍ରଥମ ସଂପାଦକଭାବେ ଦାୟିତ୍ୱ ନିର୍ବାହ କରିଥିଲେ। ପରେ ହରିହର ନନ୍ଦ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ପ୍ରାନ୍ତ କାର୍ଯ୍ୟବାହ, ପ୍ରାନ୍ତ ପ୍ରଚାରକ ଏବଂ କ୍ଷେତ୍ରୀୟ ପ୍ରଚାର ପ୍ରମୁଖ ତଥା ଅଖିଳ ଭାରତୀୟ ହିନ୍ଦୁ ଜାଗରଣ ପ୍ରମୁଖ ଆଦି ଦାୟିତ୍ୱ ନିର୍ବାହ କରିଥିଲେ। ତାଙ୍କର ବିୟୋଗରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି।

ସମ୍ବନ୍ଧିତ ଖବର