ଓଡ଼ିଶା ସମେତ ୧୯ ରାଜ୍ୟର ଗ୍ରାମାଞ୍ଚଳ ଏବଂ ନଗରାଞ୍ଚଳରେ ସ୍ବାସ୍ଥ୍ୟସେବା ବିକାଶ ପାଇଁ କେନ୍ଦ୍ର ଦେଲା ୮,୪୫୩.୯୨ କୋଟି

ଓଡ଼ିଶା ପାଇଁ ମଞ୍ଜୁର ହୋଇଛି ୪୬୧.୭୬୭୩ କୋଟି ଟଙ୍କା

ନୂଆଦିଲ୍ଲୀ: ଓଡ଼ିଶା ସମେତ ୧୯ ରାଜ୍ୟର ଗ୍ରାମାଞ୍ଚଳ ଏବଂ ନଗରାଞ୍ଚଳ ସ୍ବାୟତ୍ତ ଶାସନ ସଂସ୍ଥା ନିମନ୍ତେ ସ୍ବାସ୍ଥ୍ୟ କ୍ଷେତ୍ର ମଞ୍ଜୁରି ବାବଦକୁ ଅର୍ଥ ମନ୍ତ୍ରାଳୟର ବ୍ୟୟ ବିଭାଗ ୮,୪୫୩.୯୨ କୋଟି ଟଙ୍କା ରିଲିଜ୍‌ କରିଛି। ପଞ୍ଚଦଶ ଅର୍ଥ କମିସନ୍‌ର ସୁପାରିସ ଆଧାରରେ ଉକ୍ତ ମଞ୍ଜୁରି ରିଲିଜ୍‌ ହୋଇଛି। ସେଥିରୁ ଓଡ଼ିଶା ପାଇଁ ମଞ୍ଜୁର ହୋଇଛି ୪୬୧.୭୬୭୩ କୋଟି ଟଙ୍କା

୨୦୨୧-୨୨ ରୁ ୨୦୨୫-୨୬ ପାଇଁ ‘ପଞ୍ଚଦଶ ଅର୍ଥ କମିସନ୍‌’ ଆଞ୍ଚଳିକ ସ୍ବାୟତ୍ତ ଶାସନ ସଂସ୍ଥାନ ପାଇଁ ସମୁଦାୟ ୪,୨୭,୯୧୧ କୋଟି ଟଙ୍କା ମଞ୍ଜୁର କରିବା ଲାଗି ସୁପାରିସ କରିଥିଲା। ଅନ୍ୟାନ୍ୟ ଖର୍ଚ୍ଚ ସମେତ କମିସନ୍ ସୁପାରିସ କରିଥିବା ସମୁଦାୟ ଅର୍ଥ ମଧ୍ୟରେ ସ୍ବାସ୍ଥ୍ୟ ମଞ୍ଜୁରି ହେଉଛି ୭୦.୦୫୧ କୋଟି ଟଙ୍କା ରହିଛି। ସେଥିରୁ ଗ୍ରାମାଞ୍ଚଳ ପାଇଁ ୪୯,୯୨୮ କୋଟି ଟଙ୍କା ଥିବା ବେଳେ ନଗରାଞ୍ଚଳ ପାଇଁ ରହିଛି ୨୬,୧୨୩ କୋଟି ଟଙ୍କା।

Image Courtesy of ANI

ସ୍ବାସ୍ଥ୍ୟ ସେବା ବ୍ୟବସ୍ଥାକୁ ସୁଦୃଢ଼ କରିବା ଏବଂ ପ୍ରଥମିକ ସ୍ବାସ୍ଥ୍ୟ ସେବା ସ୍ତରରେ ଥିବା ଗୁରୁତ୍ବପୂର୍ଣ୍ଣ ଅବବ୍ୟସ୍ଥାକୁ ସୁଧାରିବା ନିମନ୍ତେ ଉପରୋକ୍ତ ଆର୍ଥିକ ମଞ୍ଜୁରି ବ୍ୟୟ କରାଯିବ।

ସମ୍ବନ୍ଧିତ ଖବର