ତାତିରେ ଜନଜୀବନ ଅସ୍ତବ୍ୟସ୍ତ: ବଲାଙ୍ଗୀର ୪୫.୩, ଟିଟିଲାଗଡ଼ ୪୫.୨ ଡିଗ୍ରି

ବଲାଙ୍ଗୀର: ଟାଣ ଖରା। ଦିନସାରା ଗରମରେ ଛଟପଟ ବଲାଙ୍ଗୀରବାସୀ। ସଂଧ୍ୟାରେ ଗୁଳୁଗୁଳିରେ ଅସ୍ତବ୍ୟସ୍ତ ଜନଜୀବନ। ଗୁରୁବାର ରାଜ୍ୟରେ ବଲାଙ୍ଗୀର ଜିଲ୍ଲାର ସର୍ବୋଚ୍ଚ ତାପମାତ୍ରା ରେକର୍ଡ କରାଯାଇଛି। ବଲାଙ୍ଗୀରର ତାପମାତ୍ରା ୪୫.୩ ଡିଗ୍ରି ଥିବା ବେଳେ ଟିଟିଲାଗଡ଼ର ୪୫.୨ ଡିଗ୍ରି ରହିଛି।

ଜିଲ୍ଲା ଜରୁରୀକାଳୀନ ବିଭାଗର ସୂଚନା ଅନୁସାରେ, ଗତ ସପ୍ତାହେ ହେଲା ୪୫ ଡିଗ୍ରି ନହେଲେ ତାର ପାଖାପାଖି ତାପମାତ୍ରା ରହୁଛି। କିଛି ଦିନ ତଳେ ବର୍ଷା ସହ କାଳବୈଶାଖୀ ହୋଇଥିଲା। ଲୋକେ ଗରମ କମିବ ବୋଲି ଆଶା କରିଥିଲେ। କିନ୍ତୁ ଗରମ କମିବା ପରିବର୍ତ୍ତେ ବଢ଼ି ଚାଲିଛି। ବରଂ ଏବେ ଗରମ ସହ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରିଛି। ଦିନସାରା ସହର ଶୂନଶାନ ରହୁଥିବା ବେଳେ ସକାଳ ଓ ସଂଧ୍ୟା ସମୟରେ ଲୋକ ବଜାରକୁ ବାହାରୁଛନ୍ତି।

ସମ୍ବନ୍ଧିତ ଖବର