ବଣାଇରେ ଗୁଜବ: କରୋନା ଟିକା ନନେଲେ ମିଳିବନି ରାସନ ସାମଗ୍ରୀ

କୋଇଡା: ସୁନ୍ଦରଗଡ଼ ଜିଲ୍ଲା ବଣାଇଁ ଉପଖଣ୍ଡର ବିଭିନ୍ନ ଡାକ୍ତରଖାନାରେ ଏବେ କରୋନା ଟିକା ଲାଗି ଲମ୍ବା ଲାଇନ ଲାଗୁଛି। ଅନେକ ସ୍ଥାନରେ ଲୋକେ ଟିକା ନପାଇ ଫେରୁଛନ୍ତି। କିଏ ରାତି ୨ ଟା ତ କିଏ ରାତି ଚାରିଟାରୁ ଆସି ଲମ୍ବା ଲାଇନରେ ରହୁଛନ୍ତି।

ଏପରିକି ବୃଦ୍ଧା ହୁଅନ୍ତୁ କି ମହିଳା। କରୋନା ଟିକା ନେବା ଲୋକଙ୍କ ମଧ୍ୟରେ ତତ୍ପରତା ଦେଖାଯାଇଛି। ବଣାଇ ଉପଖଣ୍ଡ ସ୍ୱାସ୍ଥ୍ୟକେନ୍ଦ୍ର ବ୍ୟତୀତ ଲହୁଣୀପଡ଼ା, ଗୁରୁଣ୍ଡିଆ, ପ୍ରଭୁତି ଅନେକ ଡାକ୍ତରଖାନାରେ ଟିକା ନେବା ପାଇଁ ଲୋକଙ୍କର ପ୍ରବଳ ଭିଡ଼ ହେଉଛି। କାରଣ ଟିକାକରଣକୁ ନେଇ ଏବେ ବଣାଇ ଅଂଚଳରେ ଗୁଜବ ପ୍ରଚାର ହୋଇଛି।

ପ୍ରଚାରିତ ହୋଇଥିବା ଗୁଜବ ଅନୁସାରେ ଆଗାମୀ ୧୫ ତାରିଖ ଭିତରେ ଲୋକେ ଯଦି ଟିକା ନନେବେ ତାହାଲେ ରାସନ ସାମଗ୍ରୀ ମିଳିବ ନାହିଁ। ତେଣୁ ଲୋକେ କରୋନାକୁ ଯେତିକି ଭୟ କରୁ ନାହାନ୍ତି ରାସନ ସାମଗ୍ରୀ ନମିଳିବା ତା’ଠାରୁ ଅଧିକ ଚିନ୍ତା ବଢ଼ାଇ ଦେଇଛି।

ଟିକା ନ ନେଲେ ରାସନ ସାମଗ୍ରୀ ମଳିବ ନାହିଁ ବୋଲି ଲୋକେ କୁହାକୁହି ହେଉଛନ୍ତି। ଏକ ଗୁଜବ ହେଉ ଥିବା ଯୋଗୁ ଆମେ ଆସି ଟିକା ନେବା ଲାଗି ଲାଇନରେ ରହୁଛୁ ବୋଲି ଲୋକେ କହୁଛନ୍ତି। ଅଖିଆ-ଅପିଆ ରାତିରୁ ଆସୁଛୁ ସତ, ହେଲେ ଟିକା ଠିକ୍‌ ମାତ୍ରାରେ ମିଳୁ ନଥିବାରୁ ଦୁଇ ଦିନ ତିନି ଦିନ ହେଲା ଏମିତି ଫେରୁଛୁ। ଯିଏ ରାତିରୁ ଏଠି ଶୋଇ ଲାଇନରେ ରହୁଛି, ତାଙ୍କୁ ଟିକା ମିଳିପାରୁଛି। ଏଣୁ ସରକାରଙ୍କୁ ଅନୁରୋଧ ଯେ, ଅଧିକ ଟିକା ଯୋଗାଇ ଦେଲେ ଆମେ ଟିକେ ପାଇ ପାରିବୁ ବୋଲି କହିଛନ୍ତି ଜଣେ ଆଶାୟୀ ବ୍ୟକ୍ତି।

ଆଜି ବଣାଇ ଅଂଚଳରେ ମାତ୍ର ୨୦୦ ଲୋକଙ୍କୁ ଟିକା ଦିଆ ଯାଇ ଥିବା ବେଳେ ଶତାଧିକ ଲୋକ ଫେରିଯାଇ ଥିଲେ। ଏ ନେଇ ବଣାଇ ଉପଜିଲ୍ଲାପାଳ କହିଛନ୍ତି ଏ ଗୁଜବ ମିଛ। ଏଣୁ ବିଡିଓ ମାନଙ୍କୁ କହି ସଚେତନତା କରାଯିବା।

ସମ୍ବନ୍ଧିତ ଖବର