ହିନ୍ଦୁ ରାଷ୍ଟ୍ର ସଂଗୋଷ୍ଠୀ ଓ ଦୀକ୍ଷା କାର୍ଯ୍ୟକ୍ରମ

ଜୟପୁର: ସନାତନ ଧର୍ମକୁ ବଂଚାଇବା ସହ ହିନ୍ଦୁ ରାଷ୍ଟ୍ର ଗଠନରେ ପ୍ରମୁଖ ଭୁମିକା ଗ୍ରହଣ କରି ନିଜ ମଧ୍ୟରେ ଥିବା ଦେଶ ପ୍ରେମ ଓ ଅଧ୍ୟାତ୍ମିକତା ଜାଗ୍ରତ କରିବା ପାଇଁ ଏବେ ଠାରୁ ଅଣ୍ଟାଭିଡିବାକୁ ପଡ଼ିବ ବୋଲି କହିଛନ୍ତି ପୁରୀଗୋବର୍ଦ୍ଧନ ମଠ ପୀଠାଧିଶ୍ବେର ଜଗଦଗୁରୁ ନିଶ୍ଚିଳାନନ୍ଦ ସରସ୍ବତୀ । ହିନ୍ଦୁରାଷ୍ଟ୍ର ଗଠନ ପାଇଁ ୟୁନିପିଏଫକୁ ଚିଠି , ଅଖଣ୍ଡଭାରତ, ବିଶ୍ବ କଲ୍ୟାଣ, ବେଦ,ଉପନିଷେଧ, ଭଗବତଗୀତା, ଜଗନ୍ନାଥ ସଂସ୍କୃତି ଆଦି ସଂପର୍କରେ ଗୁରୁଜୀଙ୍କ ସହ ଶ୍ରଦ୍ଧାଳୁ ଭକ୍ତଙ୍କ ସହ ସାମ୍ବାଦିକ ମାନେ ପ୍ରଶ୍ନ କରିଥିଲେ। ସମସ୍ତଙ୍କୁ ଏକଜୁଟ ହେବାକୁ ପଡ଼ିବ, ଏବଂ ଧର୍ମକୁ ବଂଚାଇବା ସହ ଜୀବହତ୍ୟା ବନ୍ଦ କରି ଅଧ୍ୟାତ୍ମିକତା ଆଡ଼କୁ ଯିବାକୁ ପଡ଼ିବ ବୋଲି ଗୁରୁଜୀ କହିଥିଲେ। ପାଶ୍ଚତ୍ୟ ସଭ୍ୟତାକୁ ଛାଡ଼ି ଆମ ମନ୍ଦିରକୁ ଯାଇ ଭଗବାନଙ୍କ ସେବା କରିବା ସହ ସରଳ ଓ ନିରାଡମ୍ବର ଭାବେ ଦେଶସେବା ପାଇଁ ଉତ୍ସର୍ଗୀକୃତ ହେବାକୁ ପରାମର୍ଶ ଦେଇଥିଲେ।

ଏହି ଅବସରରେ କିଛି ଭକ୍ତ ଜଗଦଗୁରୁଙ୍କ ଠାରୁ ଦୀକ୍ଷା ଗ୍ରହଣ କରିଥିଲେ। ଅପରାହ୍ନ ୪ଟା ପରେ ତାଙ୍କୁ ଭବ୍ୟ ଶୋଭାଯାତ୍ରାରେ ସହର ପରିକ୍ରମା କରାଇ ତାଙ୍କୁ ଛତିଶଗଡର ଜଗଦଲପୁର ପର୍ଯ୍ୟନ୍ତ ଜୟପୁର ସମିତିର ସଭ୍ୟ ମାନେ ଯାଇ ଛାଡିକି ଆସିଥିଲେ। ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ସ୍ବାଗତ ସମିତି ସଭାପତି ପ୍ରକାଶ ନାୟକ, କାଳୁରାମ ପଣ୍ଡା, ନରେଶ ମାଟାନିଆ, ସଂଜୟ ଜୈନ, ବରୁଣ ଜୈନ, ଅଶୋକ ମୁନ୍ଦ୍ରା, ଡ. ପରେଶ ରଥ, ମୁନ୍ନା ଶତପଥୀ, ଆଶିଷ ଅଗ୍ରୱାଲ, ପୁର୍ଣ୍ଣ ପଟ୍ଟନାୟକ, ରାଜପାଲ ଖୁରାନା, ସତୀଶ ନନ୍ଦ, ଲଲିତ ଜୈନ, ଚନ୍ଦ୍ରେଶ , ନିଖିଲ, ଦେବେନ୍ଦ୍ର ବାହିନୀପତିଙ୍କ ସହ ଅନ୍ୟ କର୍ମକର୍ତ୍ତା ମାନେ ପରିଚାଳନା କରିଥିବା ବେଳେ ବିଶ୍ବହିନ୍ଦୁ ପରିଷଦ, ଆରଏସଏସ୍,  ସିୱା, ସାଇସେବା ସମିତି, ମହିଳା ମହାବିଦ୍ୟାଳୟର ଏନଏସଏସ୍ ସହ ବିଭିନ୍ନ ଅନୁଷ୍ଠାନ  ପ୍ରମୁଖ ସହଯୋଗ କରି ଆସିଥିଲେ।

ସମ୍ବନ୍ଧିତ ଖବର