ଉଛୁଳୁଛି ହୀରାକୁଦ; ୨୨ଟି ଗେଟ୍‌ ଖୋଲା

ସମ୍ବଲପୁର : ହୀରାକୁଦ ଏହାର ସର୍ବୋଚ୍ଚ ଜଳଧାରଣ କ୍ଷମତା ୬୩୦ ଫୁଟ୍‌ରେ ଉଛୁଳୁ ଥିଲାବେଳେ ଏହାର ୨୨ଟି ଗେଟ୍‌ ଖୋଲାଯାଇଛି। ଜଳଭଣ୍ଡାରକୁ ସୋମବାର ଦିନ ତମାମ ୩ ଲକ୍ଷ କ୍ୟୁସେକ୍‌ରୁ ଅଧିକ ଓ ସଂଧ୍ୟା ବେଳକୁ ୩ ଲକ୍ଷ ୮୦ ହଜାର କ୍ୟୁସେକ୍‌ରୁ ବି ବେଶି ପାଣି ପ୍ରବେଶ କରିଥିଲା। ତେଣୁ ରବିବାର ହୀରାକୁଦ ବନ୍ଧର‌ ୧୬ ଗେଟ୍ ଖୋଲାଥିବା ବେଳେ ସୋମବାର ଆଉ ୬ଟି ଗେଟ୍ ଖୋଲି ମହାନଦୀକୁ ଜଳ ନିଷ୍କାସନ କରାଯାଉଛି। ଆଜି ଜଳଭଣ୍ଡାର ମଧ୍ୟକୁ ହାରାହାରି ୩,୮୨,୪୫୬ କ୍ୟୁସେକ୍‌ ପାଣି ପ୍ରବେଶ କରୁଥିବାବେଳେ ବିଭିନ୍ନ ମାର୍ଗ ଦେଇ ସମାନ ପରିମାଣର ଜଳ ନିଷ୍କାସିତ ହେଉଥିଲା। ଗତ ୨୪ ଘଣ୍ଟା ମଧ୍ୟରେ ହୀରାକୁଦ ଉପର ମୁଣ୍ଡରେ ୩୩.୭୮ ମିଲିମିଟର ଓ ତଳ ମୁଣ୍ଡରେ ୩୦.୪୯ ମିଲିମିଟର ବର୍ଷା ରେକର୍ଡ ହୋଇଥିବା ହୀରାକୁଦ ବନ୍ଧ ନିୟନ୍ତ୍ରଣ କକ୍ଷ ସୂତ୍ରରୁ ପ୍ରକାଶ।

ସମ୍ବନ୍ଧିତ ଖବର