କମୁଛି ହୀରାକୁଦ ଜଳସ୍ତର

ସମ୍ବଲପୁର : ହୀରାକୁଦ ଜଳଭଣ୍ଡାରର ଜଳସ୍ତର ଧୀରେ ଧୀରେ କମିବାରେ ଲାଗିଛି। ସୋମବାର ରାତି ୯ଟାରେ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୦୦.୧୨ ଫୁଟରେ ପହଂଚିଛି। ଶନିବାର ସନ୍ଧ୍ୟା ୬ଟାରେ ଜଳଭଣ୍ଡାର ଜଳସ୍ତର ୬୦୦.୬୭ ଫୁଟ୍‌ ରହିଥିବା ବେଳେ ରବିବାର ଜଳସ୍ତର ୬୦୦.୪୭ ଫୁଟ୍‌ ରହିଥିଲା। ମଂଗଳବାର ଦିନ ଜଳସ୍ତର ୬୦୦ ଫୁଟ୍‌ ତଳକୁ ଖସି ଆସିବା ଆଶଙ୍କା ରହିଛି। ଜଳଭଣ୍ଡାରରୁ ଗତ ୨୪ ଘଣ୍ଟା(ସକାଳ ସାଢ଼େ ୯ଟା ସୁଦ୍ଧା) ମଧ୍ୟରେ ହାରାହାରି ୬୧୭୧ କ୍ୟୁସେକ ଜଳ ପ୍ରବେଶ କରୁଛି। ତେବେ ବରଗଡ଼ କେନାଲରେ ୩୬୫୭ କ୍ୟୁସେକ, ସମ୍ବଲପୁର କେନାଲରେ ୭୮କ୍ୟୁସେକ, ଶାସନ କେନାଲରେ ୬୩୦ କ୍ୟୁସେକ ଏବଂ ପାଓ୍ଵାର ଚାନେଲରେ ୧୦,୨୬୪ କ୍ୟୁସେକ ଜଳ ନିଷ୍କାସନ ହେଉଛି। ଜଳଜଭଣ୍ଡାରକୁ ଯେତିକି ଜଳ ପ୍ରବେଶ କରୁଛି, ତାଠାରୁ ଅଧିକ ଜଳ ନିଷ୍କାସିତ ହେଉଛି। ତେଣୁ ଉପର ମୁଣ୍ଡରେ ଭଲ ବର୍ଷା ନହେଲେ ଜଳଭଣ୍ଡାରର ଜଳସ୍ତର ଆହୁରି ତଳକୁ ଖସିବ ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର