ହୀରାକୁଦ ଜଳସ୍ତର ୬୦୦.୮୧ ଫୁଟ

ସମ୍ବଲପୁର: ହୀରାକୁଦ ଜଳଭଣ୍ଡାରର ଜଳସ୍ତର ସାମାନ୍ୟ ବୃଦ୍ଧି ପାଇ ୬୦୦.୮୧ ଫୁଟରେ ପହଞ୍ଚିଛି। ହୀରାକୁଦ ଜଳଭଣ୍ଡାରକୁ ସେକେଣ୍ଡ ପ୍ରତି ୨୬,୯୦୮ ଘନଫୁଟ ପାଣି ପ୍ରବେଶ କରିଥିବା ବେଳେ ୯୪୦୭ ଘନଫୁଟ ପାଣି ନିଷ୍କାସିତ ହୋଇଛି। ବରଗଡ଼ କେନାଲକୁ ୩୦୭୫ କ୍ୟୁସେକ, ଶାସନ ୨୦୦ କ୍ୟୁସେକ, ସମ୍ବଲପୁର ଡିଷ୍ଟ୍ରିବ୍ୟୁଟାରିକୁ ୭୭ କ୍ୟୁସେକ, ପାଓ୍ବାର ଚେନାଲକୁ ୫୮୮୫ କ୍ୟୁସେକ ପାଣି ଛଡ଼ାଯାଇଛି। ବୁର୍ଲା ପାଓ୍ବାର ହାଉସରେ ହାରାହାରି ୪୪.୫୪୨ ମେଗାଓ୍ବାଟ, ଚିପିଲିମାରେ ୩୫.୭୫୦ ମେଗାଓ୍ବାଟ ବିଜୁଳି ଉତ୍ପାଦନ ହେଉଛି। ୨୪ ଘଣ୍ଟାରେ ନଦୀବନ୍ଧର ଉପରମୁଣ୍ଡରେ ୧୬.୮୩ ଏମଏମ ଏବଂ ତଳମୁଣ୍ଡରେ ୨.୪୩ଏମଏମ ବର୍ଷା ରେକର୍ଡ କରାଯାଇଛି।

ସମ୍ବନ୍ଧିତ ଖବର