ନିଆଁଲାଗି ପୋଡିଗଲା ୭ ବଖରା ଘର

କାଳିଆପାଣି/ଟମକା/କେନ୍ଦୁଝର : ଟମକା ଥାନା ଅନ୍ତର୍ଗତ ଗୋବର୍ଦ୍ଧନପୁର ଗାଁର ଲଳିତ ମୋହନ ଚାନ୍ଦଙ୍କ ଘରେ ଗତକାଲି ଅପରାହ୍ଣରେ ଅଗ୍ନିକାଣ୍ଡ ଘଟି ୩ ବଖରା ଘର ପୋଡ଼ି ଯାଇଛି। ଅଗ୍ନିକାଣ୍ଡରେ ଗୁହାଳ ଓ ଭଣ୍ଡାର ଘର ପୋଡ଼ିଯାଇ ଲକ୍ଷାଧିକ ଟଙ୍କାର କ୍ଷତି ହୋଇଛି। ଦାନଗଦୀ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଅଗ୍ନିକାଣ୍ଡର କାରଣ ଜଣା ପଡ଼ିନାହିଁ। କ୍ଷତିଗ୍ରସ୍ତ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି ହୋଇଛି।

ସେହିପରି  ହରିଚନ୍ଦନପୁର ବ୍ଲକ୍‌ ବଡ଼ପଳାଶପାଳ ଗ୍ରାମର ବୈଷ୍ଣବ ପାତ୍ରଙ୍କ ୪ ବଖରା ଘର ଗତ ୧୮ ତାରିଖ ରାତିରେ ଜଳିଯାଇଛି। ଅଗ୍ନିକାଣ୍ଡରେ ଶ୍ରୀ ପାତ୍ରଙ୍କ ଗୋଟିଏ ଛେଳି, ୫ଟି କୁକୁଡ଼ା ମରିଯିବା ସହ ସମସ୍ତ ଆସବାବପତ୍ର, ଧାନଚାଉଳ ପୋଡ଼ି ନଷ୍ଟ ହୋଇଯାଇଛି। ଖବର ପାଇ ହରିଚନ୍ଦନପୁର ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। କ୍ଷତିଗ୍ରସ୍ତ ପରିବାରକୁ ତୁରନ୍ତ ସରକାରୀ ସହାୟତା ପ୍ରଦାନ କରିବାକୁ ଦାବି ହେଉଛି।

ସମ୍ବନ୍ଧିତ ଖବର