ଘରୋଇ କଳିରୁ ସ୍ତ୍ରୀକୁ ହତ୍ୟା: ସ୍ବାମୀ ଗିରଫ

ବଡ଼ସାହି: ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ବ୍ଲକ୍ ତଥା ବୈଶିଙ୍ଗା ଥାନା ଅନ୍ତର୍ଗତ ମାଳିହାତୀ ଗ୍ରାମରେ ଗତକାଲି ଅପରାହ୍ନରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ସାମାନ୍ୟ ଘରୋଇ କଳିକୁ କେନ୍ଦ୍ରକରି ସ୍ତ୍ରୀ ସୁନି ମୁର୍ମୁକୁ ହତ୍ୟା କରି ସ୍ବାମୀ ଦଶରଥ ଆତ୍ମତ୍ୟାର ରୂପ ଦେବା ପାଇଁ ଏକ ରଶିକୁ ବେକରେ ବାନ୍ଧି ଘର ଭିତରେ ଝୁଲାଇ ଦେଇଥିଲା। ଏ ସମ୍ପର୍କରେ ଘରର ଅନ୍ୟମାନେ ଜାଣିବା ପରେ ରଶିକୁ ଖୋଲି ନିକଟସ୍ଥ ମାଣତ୍ରୀ ଡାକ୍ତରଖାନାକୁ ନେଇଥିଲେ। ପରିସ୍ଥିତି ଗମ୍ଭୀର ଥିବା ଦେଖି ସେଠାରୁ ବଡ଼ସାହି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇ ଦିଆଯାଇଥିଲା। ସେଠାରେ ଡାକ୍ତର ସୁନିକୁ ମୃତ ଘୋଷଣା କରିଥିଲେ ଏବଂ ବୈଶିଙ୍ଗା ପୁଲିସକୁ ଖବର ଦେଇଥିଲେ।

ବୈଶିଙ୍ଗା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ ସ୍ବାମୀ ଦଶରଥକୁ ଗିରଫ କରି ଥାନା ନେଇଥିବା ବେଳେ ବାରିପଦାର ସାଇଣ୍ଟିଫିକ ଟିମ୍ ସହ ବେତନଟୀ ଏସ୍‌ଡିପିଓ ସୁଦର୍ଶନ ଦାଶ ପହଞ୍ଚି ପହଞ୍ଚି ତଦନ୍ତ କରିଛନ୍ତି। ଏନେଇ ବୈଶିଙ୍ଗା ଥାନାରେ ଏକ ହତ୍ୟା ମାମଲା ରୁଜୁ ହୋଇଥିବା ତଦନ୍ତକାରୀ ପୁଲିସ ଅଧିକାରୀ କହିଛନ୍ତି।

ସମ୍ବନ୍ଧିତ ଖବର