୨୪ରେ ଓମ୍‌ସାର ନିଜସ୍ୱ କାର୍ଯ୍ୟାଳୟ ଉଦ୍‌ଘାଟନ

ଭୁବନେଶ୍ବର : ଆସନ୍ତା ଡିସେମ୍ବରରେ ହେବା ରାଜ୍ୟ ମେଡିକାଲ ସେବା ସଂଘ ବା ଓମ୍‌ସାର କର୍ମକର୍ତା ନିର୍ବାଚନ। ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। କେନ୍ଦ୍ରୀୟ ନିର୍ବାଚନ କମିଟି ପକ୍ଷରୁ ୩ ବିଭାଗକୁ ଏ ସଂପର୍କିତ ସୂଚନା ଦିଆଯାଇଛି। ତେଣୁ ଆଉ ୩/୪ଦିନ ଭିତରେ ଏ ସଂପର୍କରେ ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ସୂଚନା ମିଳିଛି।

ଚଳିତମାସ ୨୭ତାରିଖରେ ଓମ୍‌ସା କର୍ମକର୍ତାଙ୍କ କାର୍ଯ୍ୟକାଳ ଶେଷ ହେଉଛି। ଏହା ପୂର୍ବରୁ ରାଜ୍ୟ ଗୃହ, ଆଇନ ଓ ସ୍ବାସ୍ଥ୍ୟ ବିଭାଗକୁ କମିଟି ପକ୍ଷରୁ ସୂଚନା ଦିଆଯାଇଛି। ଅନ୍‌ଲାଇନ୍ ଜରିଆରେ ନିର୍ବାଚନ ହେବ। ସଂପୂର୍ଣ୍ଣ ନିର୍ବାଚନୀ ପ୍ରକ୍ରିୟା ଶେଷ ହେବାକୁ ପ୍ରାୟ ୨୦ଦିନ ସମୟ ଲାଗିବ। ସଭାପତି, ସାଧାରଣ ସଂପାଦକ, ଉପ-ସଭାପତି, କୋଷାଧ୍ୟକ୍ଷ, ସିଇସି ସଦସ୍ୟ ଓ ଜୋନାଲ ଲିଡରଙ୍କ ପାଇଁ ନିର୍ବାଚନ ହେବ। ଓମ୍‌ସାରେ ଏବେ ପ୍ରାୟ ୩୫ଶହ ଜୀବନବ୍ୟାପୀ ସଦସ୍ୟ ରହିଛନ୍ତି। ଓମ୍‌ସା ପକ୍ଷରୁ ରାଜ୍ୟ ସରକାରଙ୍କ ନିକଟରେ ପୂର୍ବରୁ ଯେଉଁସବୁ ଦାବି ରଖାଯାଇଥିଲା ତହିଁରୁ ଅଳ୍ପ କିଛି ଦାବିକୁ ବାଦ୍ ଦେଲେ ଅନ୍ୟସବୁ ଏବେ ବି ପୂରଣ ହୋଇନାହିଁ। ରାଜ୍ୟ ସରକାର ଦନ୍ତ ଡାକ୍ତରଙ୍କ କ୍ୟାଡର ପୁନର୍ଗଠନ ନେଇ ବିଜ୍ଞପ୍ତି ଜାରି କରି ସାରିଛନ୍ତି। ଏହାସହ ଆସନ୍ତା ୨୪ତାରିଖରେ ଓମ୍‌ସାର ନିଜସ୍ବ କାର୍ଯ୍ୟାଳୟ ରାଜଧାନୀରେ ଉଦ୍‌ଘାଟନ ହେବ। ଆଇଏମ୍‌ଏ ଭବନ ନିକଟରେ ଏହାକୁ ନିର୍ମାଣ କରାଯାଇଛି। ଏହାସହ ଡାକ୍ତରଙ୍କ ବୟସ ୬୫ବର୍ଷକୁ ବୃଦ୍ଧି କରିବାକୁ ନେଇ ରହିଥିବା ଦାବି ନେଇ କ‌ୌଣସି ନିଷ୍ପତ୍ତି ହୋଇନାହିଁ। ଅନେକ ଡାକ୍ତର ମଧ୍ୟ ଏହି ଦାବିକୁ ନେଇ ଦ୍ବନ୍ଦ୍ବରେ ରହିଥିବା ନାମ ଗୋପନ ରଖିବା ସର୍ତରେ କହିଛନ୍ତି।

ସମ୍ବନ୍ଧିତ ଖବର