ଜାପାନୀ ଏନସେଫାଲାଇଟ୍‌ସ ରୋଗୀ ଚିହ୍ନଟ

ଖୁଣ୍ଟୁଣୀ : ଗୁରୁଡ଼ିଝାଟିଆ ଥାନା ଅନ୍ତର୍ଗତ ମଞ୍ଚେଶ୍ୱର ପଞ୍ଚାୟତ ନୂଆଡ଼ିହ ଗ୍ରାମର ଜଣେ ମହିଳା ଜାପାନୀ ଏନସେଫାଲାଇଟ୍‌ସ ରୋଗରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ଏଘଟଣା ଜଣାପଡ଼ିବା ପରେ ସ୍ଥାନୀୟ ଅଂଚଳରେ ଲୋକମାନେ ଆତଙ୍କିତ ହୋଇପଡ଼ିଛନ୍ତି।

ସୂଚନାନୁଯାୟୀ, ସଂପୃକ୍ତ ମହିଳାଙ୍କୁ ଜ୍ବର ହେବାରୁ ଗତ ୨୭ତାରିଖ ଦିନ ସେ ସ୍ଥାନୀୟ ବ୍ରହ୍ମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ହୋଇଥିଲେ। କିନ୍ତୁ ସ୍ୱାସ୍ଥ୍ୟାବସ୍ଥା ଅଧିକ ଗୁରୁତର ହେବାରୁ ପରିବାରବର୍ଗ ତାଙ୍କୁ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ସେଠାରେ ତାଙ୍କ ରକ୍ତ ନମୁନା ପରୀକ୍ଷା କରାଯିବା ପରେ ଜାପାନୀ ଏନସେଫାଲାଇଟ୍‌ସ ପଜିଟିଭ ବାହାରିଥିଲା।

ସମ୍ବନ୍ଧିତ ଖବର