ଜୟପୁର: ପୁଲିସ ଓ ଅପରାଧୀଙ୍କ ମଧ୍ୟରେ ଗୁଳି ବିନିମୟ; ଜଣେ କୁଖ୍ୟାତ ଅପରାଧୀ ଗିରଫ

ଜୟପୁର: କୋରାପୁଟ ଜିଲ୍ଲା ଅନ୍ତର୍ଗତ ଗୁରୁବାର-ଶୁକ୍ରବାର ପାହାନ୍ତା ପ୍ରାୟ ୪: ୧୫ ମିନିଟ ସମୟରେ ଜୟପୁର ଜଳସେଚନ କଲୋନି ପଛପଟ କେନାଲ ରୋଡ୍‌ରେ ପୁଲିସ ଓ ଅପରାଧୀଙ୍କ ମଧ୍ୟରେ ଗୁଳିବିନିମୟ ଘଟିଛି।

ପ୍ରଥମେ ଅପରାଧୀମାନେ ପୁଲିସ ଉପରକୁ ଦୁଇ ରାଉଣ୍ଡ୍‌ ଗୁଳି ଚଳାଇବାରୁ ପୁଲିସ ପାଲଟା ତିନି ରାଉଣ୍ଡ୍‌ ଗୁଳି ଚାଳନା କରିଥିଲା। ଗୁଳି ବିନିମୟ ଯୋଗୁଁ କେହି ମୃତାହତ ହୋଇ ନାହାନ୍ତି।

ପୂର୍ବରୁ ନରହତ୍ୟା, ଡକାୟତି ଏବଂ କୋରାପୁଟର ବିଭିନ୍ନ ଅଞ୍ଚଳରୁ ଦାଦା ବଟି ଆଦାୟରେ ସମ୍ପୃକ୍ତ ଜୟପୁରର ପଠାଣସାହି ବାସିନ୍ଦା କୁଖ୍ୟାତ ଅପରାଧୀ ଶେକ୍‌ ଜାବେଦ୍‌ ଅଖ୍‌ତାରକୁ ପୁଲିସ କାବୁ କରିଛି। ତା’ ସହ ଥିବା ଅନ୍ୟ ଦୁଇ ଜଣ ଅପରାଧୀ ଘଟନାସ୍ଥଳରୁ ଖସି ପଳାଇଛନ୍ତି।

ଗୁଳି ବିନିମୟସ୍ଥଳରୁ ଜୟପୁର ଟାଉନ୍‌ ଥାନା ପୁଲିସ ୭ ଏମ୍‌ଏମ୍‌ର ଗୋଟିଏ ଦେଶୀ ପିସ୍ତଲ୍‌, ଦୁଇଟି ଫୁଟିଥିବା ଗୁଳି ଓ ଗୋଟିଏ ମୋବାଇଲ୍‌ ଫୋନ୍‌ ଉଦ୍ଧାର କରିଛି।

ସମ୍ବନ୍ଧିତ ଖବର