ବିଧାନସଭାରେ ଉଠିଲା ଝାରସୁଗୁଡ଼ା ବିମାନ ବନ୍ଦର ପ୍ରସଙ୍ଗ

ଭୁବନେଶ୍ବର : ଝାରସୁଗୁଡା ବିମାନ ବନ୍ଦରରେ ବିମାନ ଚଳାଚଳ ବନ୍ଦ ପ୍ରସଙ୍ଗରେ ଆଜି ବିେଜଡି ବିଧାୟକ କିେଶାର ମହାନ୍ତି ବିଧାନସଭାରେ ଉଦବେଗ ପ୍ରକାଶ କରିଛନ୍ତି। ସରକାର ଅନୁଧ୍ୟାନ କରନ୍ତୁ େବାଲି ବାଚସ୍ପତି ରୁଲିଂ େଦଇଛନ୍ତି। ଆଜି ଶୂନ୍ୟକାଳରେ ଶ୍ରୀ ମହାନ୍ତି କହିଥିଲେ, ଝାରସୁଗୁଡା ବିମାନ ବନ୍ଦର ପାଇଁ ରାଜ୍ୟ ସରକାର ଜମି େଯାଗାଇ ଦେଲେ। ପାଣି ବି। ଉଭୟ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ଏହି ବିମାନବନ୍ଦରର ଉଦ୍ଘାଟନ କଲେ। କିନ୍ତୁ ଭିଜିବିଲିଟି ନାହିଁ େବାଲି କହି ଏବେ ଘଣ୍ଟାଏ ପୂର୍ବରୁ ବିମାନ ଚଳାଚଳ ବାତିଲ୍ ସଂପର୍କରେ େଘାଷଣା ହେଉଛି। ଏହା ଏକ ପାହାଡିଆ ଅଞ୍ଚଳ। ଏଠାରେ କେବେ ବର୍ଷା, କେବେ କୁହୁଡି ତ ହେବ। କିନ୍ତୁ ବିମାନ ସୁରୁଖୁରୁରେ ଲ୍ୟାଣ୍ଡିଂ କରିବା ପାଇଁ େଯଉଁ ବ୍ୟବସ୍ଥା ହେବା କଥା ତାହା େହଉନାହିଁ। ସରକାର ଏଥିପାଇଁ ପଦକ୍ଷେପ ନେବାକୁ ଶ୍ରୀ ମହାନ୍ତି ଦାବି କରିଥିଲେ।

ସମ୍ବନ୍ଧିତ ଖବର