ସାଇବେରିଆରେ ଜ‌ିତେନ୍ଦ୍ରଙ୍କ ସମ୍ବଲପୁରୀ ଛଟା

ସମ୍ବଲପୁର : ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ରୁ ଯାଇ ଅନ୍ତର୍ଜାତୀୟ ସ୍ତରରେ ଖ୍ୟାତି ଅର୍ଜନ କରିଥିବା ଫିଲ୍ମ ପ୍ରଯୋଜକ ଜିତେନ୍ଦ୍ର ମିଶ୍ର ଋଷିଆର ସାଇବେରିଆରେ ଚାଲିଥିବା ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ ‘ସ୍ପିରିଟ୍ ଅଫ୍ ଫାୟାର’ରେ ଜୁରି ଭାବେ ଯୋଗ ଦେଇଛନ୍ତି। ତେବେ ସାଇବେରିଆରେ ଏହି କାର୍ଯ୍ୟକ୍ରମରେ ତାଙ୍କର ସମ୍ବଲପୁରୀ ଡିଜାଇନର୍ ପୋଷାକ ପରିପାଟୀ ଆକର୍ଷଣର କେନ୍ଦ୍ର ପାଲଟିଛି। ବିଯୁକ୍ତ ୩୦ ଡିଗ୍ରିର ହାଡ଼ ଭଙ୍ଗା ଶୀତରେ କୋର୍ଟ ଉପରେ ଶ୍ରୀ ମିଶ୍ର ପକାଇଥିବା ସମ୍ବଲପୁରୀ ଡିଜାଇନର୍ ଗାମୁଛା ଅନ୍ୟ ସମସ୍ତ ସେଲିବ୍ରିଟିଙ୍କ ମଧ୍ୟରେ ବାରି ହୋଇଯାଉଛି। ପୂର୍ବରୁ କାନ୍ ଭଳି ବହୁ ପ୍ରମୁଖ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ ବିଚାରକଭାବେ ଯୋଗ ଦେଇ ସାରିଥିବା ଶ୍ରୀ ମିଶ୍ର ବିଭିନ୍ନ ଅନ୍ତର୍ଜାତୀୟ ମଞ୍ଚରେ ସମ୍ବଲପୁରୀ ବେଶ ପୋଷାକର ସମାନ୍ତରାଳ ପ୍ରଚାର ପ୍ରସାର କରି ପ୍ରଶଂସା ସାଉଁଟିଛନ୍ତି।

ସମ୍ବନ୍ଧିତ ଖବର