ଏସ୍‌ସିବିରୁ ସୁସ୍ଥ ହୋଇ ଫେରିଲେ କମଳା ପୂଜାରୀ

କଟକ: କଟକ ବଡଡାକ୍ତରଖାନାରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ପଦ୍ମଶ୍ରୀ କମଳା ପୂଜାରୀ। ଆଜି ତାଙ୍କର ସମସ୍ତ ପରୀକ୍ଷା ରିପୋର୍ଟ ଆସିଥିଲା। ତାଙ୍କର ଜ୍ବର, ମୁଣ୍ଡ ବୁଲାଇବା ସମସ୍ୟା ଦୂରହେବା ‌ସହ ଓ ପରିସ୍ରା ମଧ୍ୟ ସ୍ବାଭାବିକ ହୋଇଛି। ତାଙ୍କ ଅବସ୍ଥା ଠିକ୍‌ ଅଛି, ତେବେ ନିୟମିତ ଔଷଧ ସେବନ ସହ ପ୍ରତି ମାସରେ ତାଙ୍କର କିଡ୍‌ନି ଜନିତ ସମସ୍ୟାର ପରୀକ୍ଷା କରିବାକୁ ପରାମର୍ଶ ଦିଆଯାଇଛି। ତାଙ୍କ ପରୀକ୍ଷା ରିପୋର୍ଟ ସଂପର୍କରେ ‌କୋରାପୁଟ ମେଡିକାଲ କଲେଜ ପକ୍ଷରୁ ଏସ୍‌ସିବି କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗ କରିବା ପାଇଁ ପରାମର୍ଶ ଦିଆଯାଇଛି ବୋଲି ଭେଷଜ ବିଭାଗର ବରିଷ୍ଠ ପ୍ରଫେସର ଡାକ୍ତର ଜୟନ୍ତ ପଣ୍ଡା ସୂଚନା ଦେଇଛନ୍ତି।

ଗଲା ୧୨ତାରିଖରେ ପଦ୍ମଶ୍ରୀ ପୂଜାରୀ ହଠାତ୍‌ ଅସୁସ୍ଥ ହୋଇପଡିବାରୁ ତାଙ୍କୁ ଚିକିତ୍ସା ପାଇଁ ଏସ୍‌ସିବିରେ ଭର୍ତ୍ତି କରାଯାଇଥିଲା। ତାଙ୍କର ଚିକିତ୍ସା ପାଇଁ ଏସ୍‌ସିବିରେ ୪ ଜଣିଆ ବିଶେଷଜ୍ଞ ଟିମ୍‌ ଗଠନ କରାଯାଇଛି। ସେ ପୂର୍ବରୁ କିଡ୍‌ନି ରୋଗରେ ଆକ୍ରାନ୍ତ ଥିଲେ। ତା’ ସହିତ ରକ୍ତହୀନତା, ପରିସ୍ରା ସଂକ୍ରମଣ, ଜ୍ବର ଯୋଗୁଁ ସେ ଅସୁସ୍ଥ ହୋଇ ପଡିଥିଲେ।

ସମ୍ବନ୍ଧିତ ଖବର