ପାଣ୍ଡିଆନଙ୍କୁ ଗୁରୁଦାୟିତ୍ବ : ମୁଖ୍ୟମନ୍ତ୍ରୀଙ୍କ ୫ଟି ଫର୍ମୁଲା ତଦାରଖ କରିବେ

ଟ୍ରାନ୍ସଫରମେସନ୍ ଆଣ୍ଡ ଇନିସିଏଟିଭ (୫ଟି) ସଚିବ ନିଯୁକ୍ତ

ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ ତଥା ୨୦୦୦ ବ୍ୟାଚ୍ ଆଇଏଏସ୍ ଭି କାର୍ତିକେୟନ ପାଣ୍ଡିଆନଙ୍କୁ ରାଜ୍ୟ ସରକାର ଆଉ ଏକ ଗୁରୁ ଦାୟିତ୍ବ େଦଇଛନ୍ତି। ସେ ଏଣିକି ଅତିରିକ୍ତ ଭାବେ ମୁଖ୍ୟମନ୍ତ୍ରୀଙ୍କ ଟ୍ରାନ୍ସଫରମେସନ୍ (ପରିବର୍ତନ) ଆଣ୍ଡ ଇନିସିଏଟିଭ( ୫ଟି) କାର୍ଯ୍ୟକ୍ରମର ସଚିବ ଭାବେ କାର୍ଯ୍ୟ କରିବେ। ଆଜି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏ ସଂକ୍ରାନ୍ତ ସୂଚନା ଦିଆଯାଇଛି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଞ୍ଚମ ପାଳି ଦାୟିତ୍ବ େନବା ପରେ ୫ଟି ମନ୍ତ୍ର ଦେଇଥିଲେ। ସବୁ ବିଭାଗର ସଚିବମାନଙ୍କୁ ମଧ୍ୟ କୁହାଯାଇଥିଲା େଯ ବୈଷୟିକ ସହାୟତାରୁ ଲାଭ ଉଠାଇ ସଂଘବଦ୍ଧ ଭାବେ ଓ ସ୍ବଚ୍ଛତାର ସହିତ ସମୟ ଭିତ୍ତିକ କାର୍ଯ୍ୟକ୍ରମ କଲେ ଯାଇ ପରିବର୍ତନ ଆସିବ। କେବଳ ସେତିକି ନୁେହଁ, ନବୀନ ଏହାକୁ ଆଉ ପାଦେ ଆଗେଇ ନେବା ଲାଗି ପ୍ରତି ମାସ ୭ ତାରିଖରେ ମନ୍ତ୍ରୀମାନଙ୍କର ଓ େଶଷ ଶନିବାର ସଚିବମାନଙ୍କର ସମୀକ୍ଷା ନେବେ େବାଲି କହିଥିଲେ। ୭ ତାରିଖରେ ମନ୍ତ୍ରୀ ବିଭାଗର କାର୍ଯ୍ୟ ଅଗ୍ରଗତି ଜଣାଇବେ ଓ େଶଷ ଶନିବାର ୫ଟି ଅଗ୍ରଗତି ସଂପର୍କରେ ସଚିବାଳୟରେ ସମୀକ୍ଷା େହବ।

ଏବେ ଶ୍ରୀ ପାଣ୍ଡିଆନକୁ ଏହି ଦାୟିତ୍ବ ଦେଇ ନବୀନ ପରୋକ୍ଷରେ ୫ଟି କୁ ସେ କେତେ ଗୁରୁତ୍ବ େଦଉଛନ୍ତି, ତାହାକୁ ସୂଚାଇଛନ୍ତି। ପୂର୍ବରୁ ପରଦା ପଛରେ ଥିଲେ ଓ ଏବେ ଆନୁଷ୍ଠାନିକ ଭାବେ ରାଜ୍ୟ ପ୍ରଶାସନର କାର୍ଯ୍ୟକୁ ତଦାରଖ କରିବେ।୫-ଟି କାର୍ଯ୍ୟକ୍ରମ ସଂପର୍କରେ ବିଭାଗମାନେ ତାଙ୍କୁ ରିେପାର୍ଟ ଦେବାକୁ ବାଧ୍ୟ।

ସମ୍ବନ୍ଧିତ ଖବର