କେନ୍ଦ୍ରାପଡ଼ା ମାର୍କଫେଡ ଧାନକିଣା ଦୁର୍ନୀତି : ବିଧାୟକ, ଟିଭି ମାଲିକଙ୍କ ବିରୋଧରେ ମାନହାନି ମକଦ୍ଦମା

ରାଜନଗର : ମାର୍କଫେଡ ଦୁର୍ନୀତି ପ୍ରସଙ୍ଗରେ ରାଜନଗର ବିଧାୟକ ଅ˚ଶୁମାନ ମହାନ୍ତି, ଓଟିଭିର ପରିଚାଳନା ନିର୍ଦ୍ଦେଶିକା ଜାଗିମଙ୍ଗତ ପଣ୍ତା ଓ ଓଟିଭିର ପ୍ରତିନିଧି ଶାନ୍ତିଭୂଷଣ ମିଶ୍ରଙ୍କ ବିରୋଧରେ ଆଜି କେନ୍ଦ୍ରାପଡା ଜିଲ୍ଲା ବିଜେଡି ସଭାପତି ଧ୍ରୁବ ସାହୁ ସ୍ଥାନୀୟ ଜେଏମ୍‌ଏଫ୍‌ସି କୋର୍ଟରେ ମାନହାନି ମକଦ୍ଦମା ଦାଏର କରିଛନ୍ତି। ଶ୍ରୀ ସାହୁ ଅଭିଯୋଗ କରିଛନ୍ତି ଯେ, ୨୦୧୫-୧୬ ଖରିଫ ଋତୁରେ କେନ୍ଦ୍ରାପଡ଼ାରେ ମାର୍କଫେଡ ପକ୍ଷରୁ ଧାନକିଣା ଦୁର୍ନୀତିରେ ତାଙ୍କର କୌଣସି ସ˚ପୃକ୍ତି ନ ଥିଲା। ମାତ୍ର, ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ରାଜନୈତିକ ଆକ୍ରୋଶ ରଖି ତାଙ୍କ ପରିବାରର ଗଣମାଧ୍ୟମ ସଂସ୍ଥା ଓଟିଭି ମାଧ୍ୟମରେ ତାଙ୍କ ବିରୋଧରେ ଅପପ୍ରଚାର ଚଳାଇଥିଲେ। ସେହି ଅପପ୍ରଚାରରେ ରାଜନୈତିକ ପ୍ରତିଦ୍ବନ୍ଦୀ ରାଜନଗର ବିଧାୟକ ଶ୍ରୀ ମହାନ୍ତି ସାମିଲ ହୋଇଛନ୍ତି। ତେଣୁ, ୩ ଜଣଙ୍କ ନାଁରେ ଦଫା ୫୦୦, ୫୦୧, ୫୦୨, ୫୦୫ ଓ ୩୪ ଆଇପିସିରେ ମାମଲା ରୁଜୁ କରିବାକୁ ସେ ଅନୁରୋଧ କରିଥିବା ଜଣାପଡ଼ିଛି।

ଅନ୍ୟପକ୍ଷରେ, ବିଜେଡି ଜିଲ୍ଲା ସଭାପତି ଓ ବିଜେଡି ଦଳର ପୂର୍ବତନ ସା˚ସଦ ବୈଜୟନ୍ତ ପଣ୍ତାଙ୍କ କଳହରେ ଆମକୁ ଟଣା ନଯାଉ ବୋଲି ରାଜନଗର ବିଧାୟକ ଅଂଶୁମାନ ମହାନ୍ତି ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି।

ସମ୍ବନ୍ଧିତ ଖବର