ଓଡ଼ିଶାର ବ୍ରାହ୍ମଣଙ୍କ ଆଶୀର୍ବାଦକୁ ନେଇ ପାକିସ୍ତାନରେ ବି ଜୋରଦାର ଚର୍ଚ୍ଚା !

ଭୁବନେଶ୍ୱର: ପଡୋଶୀ ଦେଶ ପାକିସ୍ତାନରେ ପହଁଚିଲା ଖୋର୍ଦ୍ଧା ବାଣପୁରର ନନାଙ୍କ ଆଶୀର୍ବାଦ ଦେବାର କଳା | ଖୋର୍ଦ୍ଧା ବାଣପୁରର ନନା ରାମଚନ୍ଦ୍ର ସାମନ୍ତରାୟଙ୍କ ଆଶୀର୍ବାଦ ଦେବାର ନୂଆ ତରିକାକୁ ନେଇ ପାକିସ୍ତାନରେ ମଧ୍ୟ ଚର୍ଚ୍ଚା ଜୋର ଧରିଛି | କିଛି ପାକିସ୍ତାନବାସୀ ଏହାକୁ ବିରୋଧ କରିଥିବାବେଳେ କିଛି ସମର୍ଥନ ମଧ୍ୟ କରିଛନ୍ତି | ପ୍ରକୃତରେ ଜାତୀୟ ଗଣମାଧ୍ୟମ ନ୍ୟୁଜ ଏଜେନ୍ସି ପକ୍ଷରୁ ଦଶହରା ଅବସରରେ ନନାଙ୍କ ଗାଡି ପୂଜା ଓ ଆଶୀର୍ବାଦ ସମ୍ପର୍କିତ ଏକ ଭିଡିଓକୁ ପୋଷ୍ଟ କରାଯାଇଥିଲା |


ଯାହାକୁ ନେଇ ପାକିସ୍ତାନର କିଛି ଟ୍ୱିଟର ବ୍ୟବହାରକାରୀ ଏହି ଭିଡିଓକୁ ରି ଟ୍ୱିଟ କରିବା ସହ ପସନ୍ଦ ମଧ୍ୟ କରିଛନ୍ତି | ଏଠାରେ ସୂଚନା ଥାଉ କି ହାତ ବଦଳରେ ନିଜ ଯଜମାନଙ୍କ ମୁଣ୍ଡ ଓ ପିଠିରେ ଗୋଡ ରଖି ଆଶୀର୍ବାଦ ଦେଇଥିଲେ ରାମଚନ୍ଦ୍ର |

ଯାହାର ଭିଡିଓ ପରେ ଭାଇରଲ ହୋଇଥିଲା | ନନା ଏହାକୁ ନେଇ ସଫେଇ ଦେଇଥିଲେ ଯେ ସେ ଯାହା କରିଛନ୍ତି ଠିକ କରିଛନ୍ତି, ଯିଏ ବି ଭିଡିଓକୁ ଭାଇରଲ କରିଛନ୍ତି ତାଙ୍କୁ ପୂଜା ବାବଦରେ କିଛି ଜଣା ନାହିଁ |

ସମ୍ବନ୍ଧିତ ଖବର