କିଶୋର ହେଲେ ଆଇଏନ୍‌ଟିୟୁସି ସମ୍ପାଦକ

ଭୁବନେଶ୍ୱର : ଭାରତୀୟ ରାଷ୍ଟ୍ରୀୟ ମଜଦୁର କଂଗ୍ରେସ (ଏଆଇଏନ୍‌ଟିୟୁସି)ର ଜାତୀୟ ସମ୍ପାଦକ ଭାବରେ ଓଡ଼ିଶା ଶାଖାର ସାଧାରଣ ସମ୍ପାଦକ କିଶୋର ଜେନା ନିର୍ବାଚିତ ହୋଇଛନ୍ତି। ଗତ ୧୭ ତାରିଖରେ ଛତିଶଗଡ଼ ରାୟପୁରଠାରେ ରାଷ୍ଟ୍ରୀୟ ସଭାପତି ଡ. ସଞ୍ଜୀବ ରେଡ୍ଡୀଙ୍କ ଅଧ୍ୟକ୍ଷତାରେ ବସିଥିବା ସର୍ବଭାରତୀୟ ସାଧାରଣ ଅଧିବେଶନ ପରେ ହୋଇଥିବା ତ୍ରୈବାର୍ଷିକ ନିର୍ବାଚନରେ ସେ ଏହି ପଦ ପାଇଛନ୍ତି। ଜାତୀୟସ୍ତରରେ ଏହି ପଦ ପାଇବା ପରେ ତାଙ୍କୁ ରାଜ୍ୟ ମୁଖ୍ୟାଳୟଠାରେ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ରାଜ୍ୟ ଉପସଭାପତି ଅକ୍ଷୟ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାରେ ପ୍ରଣତୀ ମିଶ୍ର, ସୁକୁମାର ଦେଓ, ମାନସ ପାତ୍ର, ସିଲି ସେଠୀ, ରଶ୍ମି ରଞ୍ଜନ ପରିଡ଼ା, ବାସନ୍ତୀ ସାମଲ, ସ‌ରୋଜ ଜେନା, ସରୋଜ ଦାସ, ପୂର୍ଣ୍ଣଚନ୍ଦ୍ର ପାତ୍ର, ଗନ୍ଧର୍ବ ବେହେରା, ଜଗନ ରାଓ, ଦିପାଲ ଦାସ, ସିଟି ରାଓ, ଖଗେଶ୍ବର ସ୍ବାଇଁ ପ୍ରମୁଖ ନେତୃବୃନ୍ଦ ତାଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ।

ସମ୍ବନ୍ଧିତ ଖବର