‘ଲାଟେରାଲ ଏଣ୍ଟ୍ରି ଟୁ ଏମ୍‌ସିଏ’ ପାଠ୍ୟକ୍ରମ ବନ୍ଦ

ଭୁବନେଶ୍ବର : ୨୦୨୦-୨୧ ଶିକ୍ଷାବର୍ଷରେ ‘ଲାଟେରାଲ ଏଣ୍ଟ୍ରି ଟୁ ଏମ୍‌ସିଏ’ ପାଠ୍ୟକ୍ରମରେ ନାମଲେଖା ହେବନି। ରାଜ୍ୟରେ ଥିବା କୌଣସି ବି ବୈଷୟିକ ଶିକ୍ଷାନୁଷ୍ଠାନରେ ଉକ୍ତ ପାଠ୍ୟକ୍ରମରେ ଛାତ୍ରଛାତ୍ରୀଙ୍କ ନାମଲେଖା ହେବନି କି ଏଥିଲାଗି ପ୍ରବେଶିକା ପରୀକ୍ଷା କରାଯିବ ନାହିଁ। ଓଜେଇଇ ଅଧ୍ୟକ୍ଷ ସୁଦୀପ କୁମାର ଚାନ୍ଦଙ୍କ କହିବାନୁଯାୟୀ, ଏଆଇସିଟିଇ(ଅଲ୍‌ ଇଣ୍ଡିଆ କାଉନସିଲ୍‌ ଅଫ୍ ଟେକ୍ନିକାଲ ଏଜୁକେସନ) ପକ୍ଷରୁ ଏହି ପାଠ୍ୟକ୍ରମକୁ ବନ୍ଦ କରି ଦିଆଯାଇଛି। ଏଥର କୌଣସି ବି ଛାତ୍ରଛାତ୍ରୀ ଆବେଦନ କରିନାହାନ୍ତି। ଉକ୍ତ ପାଠ୍ୟକ୍ରମକୁ ଛା‌ଡ଼ି ବି.ଫାର୍ମା, ଏମ୍‌ବିଏ, ଏମ୍‌ସିଏ, ଏମ୍‌.ଟେକ୍‌, ଏମ୍‌.ଟେକ୍‌(ପାର୍ଟ ଟାଇମ୍‌), ଏମ୍‌.ଆର୍କିଟେକ୍‌, ଏମ୍‌.ପ୍ଲାନ୍‌, ଇଣ୍ଟିଗ୍ରେଟେଡ୍‌ ଏମ୍‌ବିଏ ଓ ଲାଟେରାଲ ଏଣ୍ଟ୍ରି ଟୁ ବି.ଟେକ୍‌/ବି.ଫାର୍ମା ପାଠ୍ୟକ୍ରମ ପାଇଁ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ। ମେ’ ପ୍ରଥମ ସପ୍ତାହରେ ଓଜେଇଇ ଅନୁଷ୍ଠିତ ହେବ। ଏଥିପାଇଁ ଗତ ‌ଫେବ୍ରୁଆରି ୬ରୁ ନାମ ପଞ୍ଜୀକରଣ ଆରମ୍ଭ ହୋଇଛି। ମାର୍ଚ୍ଚ ୨୦ ତାରିଖରେ ଏହା ଶେଷ ହେବ। ଏପ୍ରିଲ ୨୦ ତାରିଖଠାରୁ ଛାତ୍ରଛାତ୍ରୀ ଆଡମିଟ୍‌ କାର୍ଡ ଡାଉନ୍‌ଲୋଡ କରିପାରିବେ। କରୋନା ପାଇଁ ନାମ ପଞ୍ଜୀକରଣ ଅବଧି ବଢ଼ିବ କି ନାହିଁ ସେ‌ନେଇ ପରବର୍ତୀ ସମୟରେ ସୂଚନା ଦିଆଯିବ ବୋଲି ଶ୍ରୀ ଚାନ୍ଦ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର