ନକଲି ବିଦେଶୀ ମଦ କାରଖାନା ଠାବ; ୩୭ ଲିଟର ମଦ ଜବତ, ବେପାରି ଗିରଫ

ନକଲି ମଦ ଓ ଅନ୍ୟାନ୍ୟ ଜିନିଷ ଜବତ

ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲା କୁଆରମୁଣ୍ଡା କଲୋସିହିରିଆରେ ଚାଲିଥିବା ନକଲି ବିଦେଶୀ ମଦ କାରଖାନାରେ ଚଢ଼ଉ କରିଛି ରାଉରକେଲା ଅବକାରୀ ପୁଲିସ। ଏହି ଚଢ଼ଉ ସମୟରେ ପୁଲିସ ୩୭ ଲିଟର ମଦ ଜବତ କରିବା ସହିତ ଏହି କାରବାରରେ ନିୟୋଜିତ ବେପାରୀକୁ ଗିରଫ କରିଛି। ପୁଲିସ ୪୦ ବୋତଲ ନକଲି ମଦ, ୯୪ ବୋତଲ ବିଅର, ୬୩୦ଟି ଲେବୁଲ, ୩୬୨ ଠିପି ଓ ୨୬୦ ଖାଲି ବୋତଲ ଜବତ କରିଛି। ଘଟଣାସ୍ଥଳରୁ ବେପାରି ମିଲକୁ ମହାନନ୍ଦିଆକୁ ଗିରଫ କରିଛି। ସେ ଗତ କିଛି ମାସ ଧରି ଏପରି ବେଆଇନ କାମ କରି ଆସୁଥିଲା । ନିଜର କିଛି ସହଯୋଗୀଙ୍କ ସହ ମିଶି ନକଲି ମଦ ତିଆରି କରୁଥିଲା। ପରେ ନକଲି ମଦକୁ ବିଭିନ୍ନ ଢ଼ାବାକୁ ପଠାଉଥିଲା। ଲେବୁଲ, ଠିପି ଓ ମଦ ତିଆରି ପାଇଁ ବ୍ୟବହାର ହେଉଥିବା ସାମଗ୍ରୀ ଝାରଖଣ୍ଡ ଓ କୋଲକାତା ଆଦି ଅଂଚଳରୁ ଆଣୁଥିବା ଅବକାରୀ ପୁଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି। ଗିରଫ ବେପାରିର ଅନ୍ୟ ଦେହଯୋଗୀଙ୍କୁ ଧରିବାକୁ ପୁଲିସ ତଦନ୍ତ ଚଳାଇଛି।

ସମ୍ବନ୍ଧିତ ଖବର