ପୁରୀ : ଗତ ୨୦ ତାରିଖରେ ପୁରୀ ରେଳ ଷ୍ଟେସନ୍ରୁ ଏକ ଟ୍ରେନ୍ ଭିତରୁ ଜନୈକ ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଜବତ କରାଯାଇଥିଲା। ଏହି ଘଟଣାକୁ ୪ ଦିନ ବିତି ଯାଇଥିବା ବେଳେ ପୁଲିସକୁ ଏ ଦିଗରେ କୌଣସି ସଫଳତା ମିଳିନାହିଁ। ଆଜି ପର୍ଯ୍ୟନ୍ତ ମୃତଦେହର କୌଣସି ପରିଚୟ ମିଳିପାରିନି କି ହତ୍ୟାକାରୀର କୌଣସି ଟେର୍ ମିଳିନି। ସବୁଆଡୁ ନିରାଶ ହେବା ପରେ ଆଜି ଜିଆର୍ପି ଲୁକ୍ଆଉଟ୍ ନୋଟିସ୍ ଜାରି କରିଛି। ମୁଣ୍ଡଗଣ୍ଡିକୁ ଯୋଡ଼ି ଫଟୋଚିତ୍ର ସହ ସବୁ ଥାନାକୁ ଏ ସଂପର୍କରେ ସୂଚନା ଦିଆଯାଇଛି। ସୂଚନା ପ୍ରଦାନ ପାଇଁ ନିର୍ଦ୍ଦିଷ୍ଟ ନମ୍ବର ବି ଜାରି କରାଯାଇଛି। ଯଦି କୌଣସି ବ୍ୟକ୍ତି ଏ ସଂପର୍କରେ ସୂଚନା ପାଆନ୍ତି ତେବେ ଉକ୍ତ ନମ୍ବରରେ ଯୋଗାଯୋଗ କରିବାକୁ ଜିଆର୍ପି ଅନୁରୋଧ କରିଛି। ସୂଚନାଯୋଗ୍ୟ, ଗତ ୨୦ ତାରିଖରେ ପୁରୀ ରେଳ ଷ୍ଟେସନ୍ରେ ଲାଗିଥିବା ଏକ ପାସେଞ୍ଜର ଟ୍ରେନ୍ର ଶୌଚାଳୟ ଭିତରୁ ସନ୍ଦେହଜନକ ଅବସ୍ଥାରେ ଜନୈକ ମହିଳାଙ୍କ ମୁଣ୍ଡବିହୀନ ଶବ ଜବତ କରାଯାଇଥିଲା। ମହିଳାଙ୍କ କଟା ମୁଣ୍ଡ ଡେଲାଙ୍ଗରୁ ମିଳିଥିଲା।