ଚୋରି ହୋଇଗଲା ଲୁଗା ପାଲଟା ଗୃହ

ସମ୍ବଲପୁର : ସମ୍ବଲପୁର ଜିଲ୍ଲା ମାନେଶ୍ବର ବ୍ଲକ ଅନ୍ତର୍ଗତ ତୁମ୍ବେସିଂହା (ସମ୍ବଲପୁର ମହାନଗର ଅଧୀନସ୍ଥ) ଗାଁ ହରଡ଼ ଯୋର ଗାଧୁଆ ଘାଟରେ ଲୁଗା ପାଲଟା ଘର ନିର୍ମାଣ ନାଁ ରେ ଚଂଚକତା ଅଭିଯୋଗ ହୋଇଛି। ବିଭାଗୀୟ ଅଧିକାରୀ କହୁଛନ୍ତି ଲୁଗା ପାଲଟା ଘର ନିର୍ମାଣ ହୋଇଛି। ତେବେ, ଗାଧୁଆ ଘାଟରେ ଲୁଗା ପାଲଟା ଘରର ବ୍ୟୟ ଅଟକଳ ସଂପର୍କରେ ବିବରଣୀ ଲିପିବଦ୍ଧ ହୋଇଛି ସତ, ହେଲେ ଲୁଗା ପାଲଟା ଘରର ଦେଖାନାହିଁ। ପ୍ରକୃତରେ ସେଭଳି କୌଣସି ଘର ନିର୍ମାଣ ହୋଇନାହିଁ। ଆଶ୍ଚର୍ଯ୍ୟର କଥା ହେଲା ବ୍ଲକ ସହକାରୀ ଯନ୍ତ୍ରୀ ଚନ୍ଦ୍ର ମିଶ୍ର ମଧ୍ୟ କହିଛନ୍ତି ଏଠାରେ ଲୁଗା ପାଲଟା ଘର ଅଛି। ସମ୍ବଲପୁର ଜିଲ୍ଲା ମାନେଶ୍ବର ବ୍ଲକ ଅନ୍ତର୍ଗତ ତୁମ୍ବେସିଂହାରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ପାଣ୍ଠିରୁ ୨ ଲକ୍ଷ ଟଙ୍କାରେ ଗାଧୁଆଘାଟ ନିର୍ମାଣ ଓ ଲୁଗା ପାଲଟା ଘର ନିର୍ମାଣ ପାଇଁ ପ୍ରସ୍ତାବ ହୋଇଥିଲା। ଏ ନେଇ ବିନିଯୋଗ ପତ୍ର ମଧ୍ୟ ଦାଖଲ ହୋଇଥିବା  ସମ୍ବଲପୁର ଯୋଜନା କାର୍ଯ୍ୟାଳୟରୁ ଜଣା ପଡ଼ିଛି। ଘାଟରେ ଲୁଗା ପାଲଟା ଘର କାହାକୁ ଦେଖାଯାଉନଥିବାବେଳେ ଟଙ୍କା କୁଆଡ଼େ ଗଲା ଏବଂ  ଏପରିକି  ନିର୍ମାଣ କାର୍ଯ୍ୟ ନହୋଇ ବିନିଯୋଗ ପତ୍ର ଦାଖଲ ହେଲା କିପରି  ସେ  ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ସମ୍ବନ୍ଧିତ ଖବର